ଚେନ୍ନାଇ: ଚଳିତ ଆଇପିଏଲରେ ଆଜି ରହିଛି ଫାଇନାଲ ମୁକାବିଲା । ଚେନ୍ନାଇର ଚେପକ ଷ୍ଟାଡିୟମରେ ସନ୍ଧ୍ୟା ସମୟରେ କୋଲକାତା ଓ ହାଇଦ୍ରାବାଦ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଆଜି ହାଇସ୍କୋରିଂ ମ୍ୟାଚ ହେବା ନେଇ ଆଶା କରାଯାଉଛି । ସବୁଠୁ ବଡ କଥା ହେଉଛି ଶନିବାର ସନ୍ଧ୍ୟାରେ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଥିଲା । ଯାହାଫଳରେ କେକେଆର ଅଭ୍ୟାସ କରିପାରିନଥିଲା । କିନ୍ତୁ ଆଜି ମ୍ୟାଚ ସମୟରେ ବର୍ଷା ବାଧକ ସାଜିବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମ୍ୟାଚ୍ ଆରମ୍ଭ ସମୟରେ ତାପମାତ୍ରା 23-26 ଡିଗ୍ରୀ ସେଲସିୟସ୍ ରହିବ । ବର୍ଷା ହେବାର ମାତ୍ର 3% ସମ୍ଭାବନା ଅଛି । ଯଦି ବର୍ଷା ହୁଏ ତେବେ ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଦିବସ ରହିଛି । ଆଜି ମ୍ୟାଚ ନହେଲେ ସୋମବାର ମ୍ୟାଚ ଖେଳାଯିବ ।
ଆଇପିଏଲ ଫାଇନାଲ, ବର୍ଷା ହେଲେ କ'ଣ ହେବ ?
Published : May 26, 2024, 1:49 PM IST