ETV Bharat / snippets

ପ୍ୟାରିସ ଅଲିମ୍ପିକ୍ସ; 16 ଜଣିଆ ଟିମ୍ ଘୋଷଣା କଲା ହକି ଇଣ୍ଡିଆ, ଓଡ଼ିଆ ଖେଳାଳି ଅମିତ ସାମିଲ -Indian Hockey Squad

author img

By ETV Bharat Odisha Team

Published : Jun 26, 2024, 10:38 PM IST

Indian Hockey Squad
Indian Hockey Squad (ETV Bharat Odisha)

ଭୁବନେଶ୍ବର: ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷଣା କରାଯାଇଛି । ବୁଧବାର ହକି ଇଣ୍ଡିଆ 16 ଜଣିଆ ଦଳ ଘୋଷଣା କରିଛି । ହରମନପ୍ରୀତ ସିଂଙ୍କୁ ଅଧିନାୟକ ଏବଂ ହାର୍ଦ୍ଦିକ ସିଂଙ୍କୁ ଉପଅଧିନାୟକ କରାଯାଇଛି । ଭାରତୀୟ ଦଳରେ 5 ଜଣ ନୂଆ ଖେଳାଳି ଅଛନ୍ତି । ଯେଉଁମାନେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ଜରମନପ୍ରୀତ ସିଂ, ସଞ୍ଜୟ, ରାଜ କୁମାର ପାଲ, ଅଭିଷେକ ଏବଂ ସୁଖଜିତ ସିଂ ଅଛନ୍ତି । ତେବେ ଏହି 16 ଜଣିଆ ଟିମ୍‌ରେ ଓଡିଶାରୁ ଏକମାତ୍ର ଖେଳାଳି ଭାବେ ଅମିତ ରୋହିଦାସ ସାମିଲ ଅଛନ୍ତି ।

ଜୁଲାଇ ୨୭ରେ ନ୍ଯୁଜିଲାଣ୍ଡ ବିପକ୍ଷରେ ଭାରତ ଅଭିଯାନ ଆରମ୍ଭ କରିବ । ୨୯ ଜୁଲାଇରେ ଆର୍ଜେଣ୍ଟିନା, ୩୦ ଜୁଲାଇରେ ଆୟର୍ଲାଣ୍ଡ, ୧ ଅଗଷ୍ଟରେ ବେଲଜିୟମ ଓ ୨ ତାରିଖରେ ଅଷ୍ଟ୍ରେଲିଆ ସହ ଖେଳିବ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.