ETV Bharat / snippets

Lok Sabha election 2024 results: ଉଭୟ ରାୟବରେଲୀ ଓ ଓ୍ବାୟନାଡ ଆସନରୁ ରାହୁଲ ଗାନ୍ଧୀ ଆଗରେ

author img

By ETV Bharat Odisha Team

Published : Jun 4, 2024, 9:45 AM IST

ଗଣତି ଜାରି, ଉଭୟ ରାୟବରେଲୀ ଓ ଓ୍ବାୟନାଡ ଆସନରୁ ରାହୁଲ ଗାନ୍ଧୀ ଆଗରେ
ଗଣତି ଜାରି, ଉଭୟ ରାୟବରେଲୀ ଓ ଓ୍ବାୟନାଡ ଆସନରୁ ରାହୁଲ ଗାନ୍ଧୀ ଆଗରେ (ETV Bharat Odisha)

ହାଇଦ୍ରାବାଦ: ସାଧାରଣ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଉଭୟ ଉତ୍ତର ପ୍ରଦେଶର ରାୟବରେଲୀ ଓ କେରଳର ଓ୍ବାୟନାଡ ସଂସଦୀୟ ଆସନରୁ କଂଗ୍ରେସର ଷ୍ଟାର ନେତା ରାହୁଲ ଗାନ୍ଧୀ ଆଗରେ ରହିଛନ୍ତି । ଓ୍ବାୟନାଡରେ ରାହୁଲ ନିଜ ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେପି ପ୍ରାର୍ଥୀ କେ.ସୁରେନ୍ଦ୍ରନଙ୍କଠାରୁ ମାତ୍ର 103 ଭୋଟରେ ଆଗରେ ରହିଛନ୍ତି । ସେହିପରି ଉତ୍ତର ପ୍ରଦେଶ ରାୟବରେଲୀରେ ବିଜେପିର ଦିନେଶ ପ୍ରତାପ ସିଂଙ୍କଠାରୁ ସାମାନ୍ୟ ଭୋଟ ବ୍ୟବଧାନରେ ଆଗରେ ଚାଲିଛନ୍ତି ରାହୁଲ । ଗତଥର ରାହୁଲ ଆମେଠୀ ଆସନରୁ ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଥିଲେ । ଏବେ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ ଜାରି ରହିଛି । ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ପ୍ରାୟ 270 ଆସନରେ ଆଗରେ ରହିଛି । ‘ଇଣ୍ଡିଆ’ ମେଣ୍ଟ 160 ଆସନରେ ଲିଡ୍‌ କରୁଛି । ଗଣତିର କ୍ରମବିକାଶରେ ଲିଡିଂ ଟ୍ରେଣ୍ଡ ମଧ୍ୟ ପରିବର୍ତ୍ତନ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.