ETV Bharat / snippets

ଭୂକମ୍ପ ଝଟକାରେ ଥରିଲା ତାଇଓ୍ବାନ, ତୀବ୍ରତା 6.3 ରେକର୍ଡ

author img

By ETV Bharat Odisha Team

Published : Aug 16, 2024, 7:34 AM IST

EARTHQUAKE HITS TAIWAN
EARTHQUAKE HITS TAIWAN (Etv Bharat)

ତାଇପେଇ: ତାଇଓ୍ବାନରେ ବଡ ଧରଣର ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.3 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଆଜି ସକାଳେ ତାଇୱାନର ପୂର୍ବ ସହର ହୁଆଲିଏନ୍ ଠାରୁ 34 କିଲୋମିଟର ଦୂରରେ 6.3 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିବା ଆଇଲାଣ୍ଡ୍ସ ଓ୍ବେଦର ଆଡମିନିଷ୍ଟ୍ରସନ କହିଛି । ଭୂକମ୍ପରେ କ୍ଷୟକ୍ଷତି ହୋଇନଥିବା ବେଳେ 24 ଘଣ୍ଚା ମଧ୍ୟରେ ଏହା ଦେଶରେ ଦ୍ବିତୀୟ ବଡ ଭୂକମ୍ପ । ଗୋଟିଏ ଦିନ ତଳେ ତାଇଓ୍ବାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହି ସମୟରେ ମଧ୍ୟ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.