ETV Bharat / snippets

26 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଉଠାଇ ନେଲା ଶ୍ରୀଲଙ୍କା ନୌସେନା

author img

By ETV Bharat Odisha Team

Published : Jul 1, 2024, 3:46 PM IST

ତାମିଲନାଡୁ ଉପକୂଳରୁ 26 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଉଠାଇ ନେଲା ଶ୍ରୀଲଙ୍କା ନୌସେନା
ତାମିଲନାଡୁ ଉପକୂଳରୁ 26 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଉଠାଇ ନେଲା ଶ୍ରୀଲଙ୍କା ନୌସେନା (ETV Bharat Odisha)

ଚେନ୍ନାଇ: ପୁଣି ଶ୍ରୀଲଙ୍କା ନୌସେନାର ମନମାନୀ । ତାମିଲନାଡୁର ରାମେଶ୍ବରମ ଉପକୂଳରେ ବଙ୍ଗୋପସାଗରରେ ମାଛ ମାରୁଥିବା 26 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରି ନେଇଛି ଶ୍ରୀଲଙ୍କା ନୌସେନା । ଏହାକୁ ନେଇ ତାମିଲନାଡୁ ମତ୍ସ୍ୟଜୀବୀ ସଂଘ ତୀବ୍ର ଆପତ୍ତି ଦର୍ଶାଇଛି । ସେମାନେ ଭାରତୀୟ ଜଳସୀମା ମଧ୍ୟରେ ମାଛ ଧରିବା ବେଳେ ଶ୍ରୀଲଙ୍କା ନୌସେନା ବାରମ୍ବାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ନିକଟ ଅତୀତରେ ତାମିଲନାଡୁ ସରକାର କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ । ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ଏଥିରେ ହସ୍ତକ୍ଷେପ କରି ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ଜେଲରୁ ମୁକ୍ତ କରିବା ପାଇଁ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଚିଠି ଲେଖି ଅନୁରୋଧ କରିଥିଲେ । ଆଜି ଏକକାଳୀନ 4ଟି ବୋଟରେ ଥିବା 26 ଭାରତୀୟଙ୍କୁ ଗିରଫ କରିନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.