ETV Bharat / snippets

ସପ୍ତଦଶ ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି - 17th Lok Sabha dissolves

17th Loksabha Dissolves
17th Loksabha Dissolves (ETV Bharat)
author img

By ETV Bharat Odisha Team

Published : Jun 5, 2024, 6:13 PM IST

17th Loksabha Dissolves: ନୂଆଦିଲ୍ଲୀ: ଭଙ୍ଗ ହେଲା ସପ୍ତଦଶ ଲୋକସଭା । କେନ୍ଦ୍ର କ୍ୟାବିନେଟର ଅନୁମୋଦନ କ୍ରମେ ଏହାକୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ପଦରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଲେ ନରେନ୍ଦ୍ର ମୋଦି । ସେ ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେହିପରି ମୋଦିଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହାପରେ ଲୋକସଭା ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ।

ଏହା ବି ପଢନ୍ତୁ...ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୋଦି, ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ଇସ୍ତଫାପତ୍ର

କ୍ୟାବିନେଟର ଅନୁମୋଦନ କ୍ରମେ ସପ୍ତଦେଶ ଲୋକସଭା ଭଙ୍ଗାଯାଇଛି । କେନ୍ଦ୍ର କ୍ୟାବିନେଟ୍ ଏନେଇ ଅନୁମୋଦନ କରିଥିଲା । ଜୁନ ୮ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.