ETV Bharat / snippets

ଅଶ୍ଳୀଳ ଭିଡିଓ ମାମଲା: କାଲି ଭାରତ ଫେରୁଛନ୍ତି ସାଂସଦ ପ୍ରଜ୍ଜଳା ରେବନ୍ନା

author img

By ETV Bharat Odisha Team

Published : May 29, 2024, 1:05 PM IST

ଅଶ୍ଳୀଳ ଭିଡିଓ ମାମଲା: କାଲି ଭାରତ ଫେରୁଛନ୍ତି ସାଂସଦ ପ୍ରଜ୍ଜଳା ରେବନ୍ନା
ଅଶ୍ଳୀଳ ଭିଡିଓ ମାମଲା: କାଲି ଭାରତ ଫେରୁଛନ୍ତି ସାଂସଦ ପ୍ରଜ୍ଜଳା ରେବନ୍ନା (ETV Bharat Odisha)

ବେଙ୍ଗାଲୁରୁ: ଅଶ୍ଳୀଳ ଭିଡିଓ ମାମଲାରେ ଅଭିଯୁକ୍ତ ଥିବା ନିଲମ୍ବିତ ଜେଡିଏସ୍ ନେତା ତଥା ହାସନ ସାଂସଦ ପ୍ରଜ୍ଜଳା ରେବନ୍ନା ଆସନ୍ତାକାଲି (ଗୁରୁବାର) ଭାରତ ଫେରୁଛନ୍ତି । ଏହି ଯୌନ କେଳେଙ୍କାରୀ ଘଟଣା ପ୍ରଘଟ ହେବା ପରେ ଗତ ଏପ୍ରିଲରେ ପ୍ରଜ୍ଜଳା ଜର୍ମାନୀ ପଳାୟନ କରିଥିଲେ । ସେ କାଲି ଜର୍ମାନୀର ମୁନିଚରୁ ଭାରତ ଫେରିବେ । ୩୧ ତାରିଖ ସକାଳେ ସେ ବେଙ୍ଗାଲୁରୁରେ ଅବତରଣ କରିବେ ବୋଲି କୁହାଯାଉଛି । ଏହି ୩୩ ବର୍ଷୀୟ ସାଂସଦ ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ମାମଲାର ତଦନ୍ତ କରୁଥିବା ଏସଆଇଟି ଟିମ୍ ତାଙ୍କୁ ଗିରଫ କରିବ । କହିରଖୁଛୁ କି, ପ୍ରଜ୍ଜଳା ରେବନ୍ନା ବର୍ତ୍ତମାନ ସାଂସଦ ଥିବାବେଳେ ଚଳିତ ନିର୍ବାଚନରେ ହାସନ ଲୋକସଭା ଆସନରେ ଏନଡିଏ ପ୍ରାର୍ଥୀ ଅଛନ୍ତି । କର୍ଣ୍ଣାଟକରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ପ୍ରଜ୍ଜଳାଙ୍କ ଏକ ଯୌନ କେଳେଙ୍କାରୀ ଭିଡିଓ ଭାଇରାଲ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.