ETV Bharat / snippets

ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଫଡନାଭିସ, ଦଳ ପାଇଁ କାମ କରିବେ

author img

By ETV Bharat Odisha Team

Published : Jun 5, 2024, 4:55 PM IST

Devendra Fadnavis Accepted Defeat
Devendra Fadnavis Accepted Defeat (ETV Bharat Odisha)

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ । 2014ରୁ 2019 ମସିହା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ପଦରେ ମଧ୍ୟ ରହିଥିଲେ । ତେବେ ସେ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ପଦରୁ ମୁକ୍ତ କରିବା ଶୀର୍ଷନେତାଙ୍କୁ ଅନୁରୋଧ କରିଛନ୍ତି । ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ଶୋଚନୀୟ ଭାବେ ପରାଚୟ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଏନସିପି ଏବଂ କଂଗ୍ରେସ ସହ ମିଶି ଉଦ୍ଧବ ସେନା ଲୋକସଭା ନିର୍ବାଚନ ଲଢିଥିଲେ । ବିଜେପି ସିନ୍ଧେ ସେନା ଏବଂ ଅଜିତ ପାଓ୍ବାରଙ୍କ ସହ ମିଶି ଏନସିପି ମେଣ୍ଟ କରିଥିଲା। ତେବେ ନିର୍ବାଚନରେ ଶରଦ ପାଓ୍ବାର 8 ଆସନରେ ବାଜି ମାରିଥିବା ବେଳେ ଉଦ୍ଧବ ଠାକରେଙ୍କ ସେନା 9 ଏବଂ କଂଗ୍ରେସ 13 ସିଟରେ ବାଜି ମାରିଥିଲା । ବିଜେପି 17 ଆସନରେ ବାଜି ମାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.