ଭୋଟ୍ ଦେଇ ଉତ୍ସାହିତ ଯୁବ ଭୋଟର, ମତଦାନ କରିବାକୁ ଜିଲ୍ଲାପାଳ ଓ ଏସପିଙ୍କ ଅପିଲ - Voting Under Way In Jharsuguda - VOTING UNDER WAY IN JHARSUGUDA

🎬 Watch Now: Feature Video

thumbnail

By ETV Bharat Odisha Team

Published : May 20, 2024, 5:39 PM IST

Voting Under Way In Jharsuguda: ଝାରସୁଗୁଡା: ଜାରି ରହିଛି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି କ୍ରମରେ ଝାରସୁଗୁଡା ଜିଲ୍ଲାରେ ଚାଲିଛି ମତଦାନ । ବିଶେଷ କରି ଯୁବ ଭୋଟର ମାନେ ପ୍ରଥମ କରି ଭୋଟ ଦେଉଥିବାରୁ ସେମାନେ ବେଶ ଉତ୍ସାହିତ ଅଛନ୍ତି । ଆଜି ବେହେରାମାଲ ଠାରେ ଥିବା ସକ୍ଷୀ ବୁଥକୁ ଆସି ମତଦାନ କରିଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ । ଆଜି ସକାଳୁ ଜିଲ୍ଲାପାଳ ଓ ତାଙ୍କ ସ୍ବାମୀ ଝାରସୁଗୁଡ଼ା ପୋୖରାଞ୍ଚଳ ସ୍ଥିତ ବେହେରାମାଲ ଆଶ୍ରମ ବିଦ୍ୟାଳୟରେ ଥିବା ସଖି ବୁଥକୁ ଆସି ନିଜ ମତ ସାବ୍ୟସ୍ତ କରିଛନ୍ତି । ସେ କହିଛନ୍ତି, 'ସମସ୍ତେ ନିଜ ନିଜ ପୋଲିଂ ବୁଥକୁ ଯାଇ ମତଦାନ କରିବାକୁ ଅନୁରୋଧ । ସେଠାରେ ପାନୀୟ ଜଳ, ଛାଇ ଆଶ୍ରୟ ସ୍ଥଳ, ରାମ୍ପ ଆଦିର ବନ୍ଦୋବସ୍ତ କରାଯାଇଛି ।' ଝାରସୁଗୁଡାରେ ଏଯାବତ ପର୍ଯ୍ୟନ୍ତ ମତଦାନର ହାର ଭଲ ରହିଥିବା ବେଳେ ଏହାକୁ ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି ଜିଲ୍ଲାପାଳ ।  

ଏହା ମଧ୍ୟ ପଢନ୍ତୁ .... ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ଭୋଟ ଦେଉଛି ଓଡିଶା, ଦିନ 1ଟା ସୁଦ୍ଧା 35.31% ମତଦାନ - ODISHA ELECTION 2024 SECOND PHASE

ସେହିଭଳି ବେହେରାମାଲଠାରେ ଥିବା ବୁଥ ଠାରେ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ଏସ.ପି. ପରମାର ସ୍ମିତ ପୁରୁଷୋତ୍ତମ ଦାସ । ଆଜି ଝାରସୁଗୁଡ଼ା ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ତେବେ ଜିଲ୍ଲାରେ ମୋଟ ୫୧୫ ଟି ରହିଥିବା ବେଳେ ୧୬୯ଟି ସମ୍ବେଦନଶୀଳ ବୁଥ ରହିଛି ଏବଂ ସମସ୍ତ ବୁଥରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ଶାନ୍ତିଶୃଙ୍ଖଳାରେ ମତଦାନ ଜାରି ରହିଛି ବୋଲି ଝାରସୁଗୁଡ଼ା ଏସ.ପି. କହିଛନ୍ତି । 

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.