ରାଉରକେଲାରେ ବୁଥରେ ଚାପା ଉତ୍ତେଜନା, ବିଜେଡି-ବିଜେପି କର୍ମୀ ମୁହାଁମୁହିଁ - Poll Violence In Rourkela - POLL VIOLENCE IN ROURKELA
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 20, 2024, 10:32 PM IST
Poll Violence In Rourkela : ରାଉରକେଲା: ଆଜି ରାଜ୍ୟରେ ସରିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି କ୍ରମରେ କିଛି ସ୍ଥାନରେ ଇଭିଏମରେ ତ୍ରୁଟି କାରଣରୁ ବିଳମ୍ବରେ ଆରମ୍ଭ ହୋଇଥିଲା ମତଦାନ । ତେବେ ରାଉରକେଲାରେ ଭୋଟିଂ ସମୟରେ ଦେଖାଦେଇଥିଲା ବ୍ୟାପକ ଉତ୍ତେଜନା । ସୂଚନାଯୋଗ୍ୟ ଯେ ଆଜି ମତଦାନ ବେଳେ ବୁଥ ଭିତରେ ବିଜେଡି ପ୍ରାର୍ଥୀଙ୍କ ଉପସ୍ଥିତିକୁ ନେଇ ରାଉରକେଲା ନିର୍ବାଚନ ମଣ୍ଡଳୀର ଉତ୍ତେଜନା ପ୍ରକାଶ ପାଇଛି । ରାଉରକେଲା ନିର୍ବାଚନ ମଣ୍ଡଳୀର ଗୋପବନ୍ଧୁପାଲିର ଏକ ବୁଥରେ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିବା ଯୋଗୁଁ ଉତ୍ତେଜନା ଦେଖାଦେଇଛି ।
ଏହା ମଧ୍ୟ ପଢନ୍ତୁ ... ନିର୍ବାଚନ ହିଂସା, ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟ କାର୍ପଟଦାର କହିଲେ ପ୍ରଦୀପ - Pradeep Panigrahi On Poll Violence
ମତଦାନ କେନ୍ଦ୍ରରେ ବିଜେଡି କର୍ମୀ ଏବଂ ବିଜେପି ସମର୍ଥକମାନଙ୍କ ମଧ୍ୟରେ ମାରପିଟ ଅଭିଯୋଗ ହୋଇଛି । ତେବେ ବିଜେଡି କର୍ମୀ ବୁଥରେ ବହୁ ସମୟ ଧରି ଉପସ୍ଥିତ ଥିବାକୁ ନେଇ ବିଜେପି ସମର୍ଥକ ଏହାକୁ ବିରୋଧ କରିଥିଲେ। । ପରିସ୍ଥିତି ଆହୁରି ବିଗିଡିବା ପୂର୍ବରୁ ରାଉରକେଲା ପୋଲିସ ପହଞ୍ଚି ସ୍ଥିତିକୁ ଆୟତ୍ତ କରି ବୁଥରେ ପୋଲିସର ଅଧିକ ଫୋର୍ସ ମୁତୟନ କରାଯାଇଥିଲା । ବର୍ତ୍ତମାନ ସ୍ଥିତି ଶାନ୍ତ ପଡିଥିବା ବେଳେ ମଧ୍ୟ ପୋଲିସ ପକ୍ଷରୁ ସ୍ଥିତିକୁ ଶାନ୍ତ ରଖିବାକୁ ଚେଷ୍ଟା କରାଯାଇଛି ଏବଂ ବର୍ତ୍ତମାନ ପରିସ୍ଥିତି ଅଶାନ୍ତ କରିଥିବା ବ୍ୟକ୍ତିଙ୍କୁ ସେଠାରୁ ଘଉଡ଼ାଇ ଦିଆଯାଇଛି ।
ଇଟିଭି ଭାରତ, ରାଉରକେଲା