ଗୁଜୁରାଟ ମତ୍ସ୍ୟଜୀବୀଙ୍କ ନିଆରା ପ୍ରୟାସ; ସମୁଦ୍ରରେ 100 ବୋଟରେ ଲେଖିଲେ ଭୋଟ୍ - Fisherman wrote VOTE by 100 Boats - FISHERMAN WROTE VOTE BY 100 BOATS
🎬 Watch Now: Feature Video
Published : Apr 26, 2024, 9:20 PM IST
Veraval Fisherman wrote VOTE by 100 Boats: ଗାନ୍ଧୀନଗର: ଦେଶରେ ଜାରି ରହିଛି ସାଧାରଣ ନିର୍ବାଚନ 2024 । ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ 19 ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି (ଏପ୍ରିଲ 26) ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଥିଲା । ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ସାମିଲ ହୋଇ ଭୋଟ ଦେବା ଲାଗି ଗୁଜୁରାଟ ମତ୍ସ୍ୟଜୀବୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଏହି ଅବସରରେ ମତ୍ସ୍ୟଜୀବୀମାନେ ସମୂଦ୍ରରେ 100 ବୋଟ୍ରେ ଇଂରାଜୀ ଭାଷାରେ 'ଭୋଟ୍' ଲେଖିଛନ୍ତି । ଗତ 2019 ନିର୍ବାଚନଠାରୁ ଅଧିକ ଭୋଟ ପ୍ରତିଶତ ବଢାଇବା ଲାଗି ସେମାନେ ଏହି ଆହ୍ବାନ ଦେଇଛନ୍ତି । ମେ 7 ତାରିଖରେ ଗୁଜୁରାଟର 25ଟି ଲୋକସଭା ଆସନରେ ପଡ଼ିବ ଭୋଟ । ସାମାଜିକ ସଂଗଠନ, କଳାକାର ଓ ସମସ୍ତ କ୍ଷେତ୍ରର ଚର୍ଚ୍ଚିତ ଚେହେରା ମତଦାନ ଲାଗି ସାଧାରଣ ଜନତାଙ୍କୁ ଆହ୍ବାନ ଦେଉଛନ୍ତି । ଏମାନଙ୍କ ସହ ଗୁଜୁରାଟ ବେରାବଲ ମତ୍ସ୍ୟଜୀବୀମାନେ ସାମିଲ ହୋଇ ନିଆରା ବାର୍ତ୍ତା ଦେଇଛନ୍ତି ।
ଏହା ବି ପଢନ୍ତୁ- ବୁଥରେ ଅରୁଣ-ହେମା-ସୁରେଶ : ଭୋଟ ଦେଲେ ସେଲିବ୍ରିଟି
ଗିର ସୋମନାଥ ଜିଲ୍ଲାର ବେରାବଲ ବନ୍ଦର ମତ୍ସ୍ୟଜୀବୀଙ୍କ ହବ୍ ବୋଲି କୁହାଯାଏ । ଏଠାରେ ଅର୍ଥ ବ୍ୟବସ୍ଥା ମାଛ ଚାଷ ଉପରେ ପର୍ଯ୍ୟବେଷ୍ଟିତ । ମତଦାନର ମହତ୍ତ୍ବକୁ ବୁଝି ମତ୍ସ୍ୟଜୀବୀ ଓ ନୌକା ମାଲିକମାନେ ଏଭଳି ନିଆରା ପ୍ରୟାସ କରିଛନ୍ତି । ଏଥିଲାଗି ପ୍ରାୟ 100ଟି ବୋଟ୍ର ବ୍ୟବହାର ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ