ଶ୍ରୀଜିଉଙ୍କୁ ରସଗୋଲା ଭୋଗ ଲାଗି କଲେ ଭକ୍ତ, ରଥାରୂଢ ତିନି ଠାକୁରଙ୍କ ଆଶିଷ ନେଲେ ଧର୍ମେନ୍ଦ୍ର - Niladri Bije

By ETV Bharat Odisha Team

Published : Jul 19, 2024, 4:00 PM IST

thumbnail
Niladri Bije (ETV Bharat Odisha)

Niladri Bije: ପୁରୀ: ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ । ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିବେ ତିନି ଠାକୁର । ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ କାଳିଆ ସାଆନ୍ତ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରିବେ । ତାଙ୍କୁ ନ ନେଇ ଭାଇଭଉଣୀଙ୍କୁ ସାଥୀରେ ଧରି କାଳିଆ ଠାକୁର ନିଜ ଜନ୍ମସ୍ଥାନ ଗୁଣ୍ଡିଚା ଘରକୁ ଯାଇଥିଲେ । ଏଥିପାଇଁ ଲକ୍ଷ୍ମୀ ଠାକୁଠାଣୀ ଅଭିମାନ କରିଥିବା ବେଳେ ତାଙ୍କ ମାନଭଞ୍ଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ କାଳିଆ ଠାକୁର । ପତ୍ନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ଭେଟି ଦେବାର ବିଧି ରହିଛି । ବର୍ଷକୁ ଗୋଟିଏ ଦିନ ନୀଳାଦ୍ରି ବିଜେ ସମୟରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରାଯାଏ । ଏନେଇ ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପ୍ରଭୁଙ୍କ ପାଖରେ ରସଗୋଲା ଭୋଗ ଲାଗି କରିଛନ୍ତି । 

ସେପଟେ ନିଳାଦ୍ରୀ ବିଜେ ଅବସରରେ ପୁରୀ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘୋଷଯାତ୍ରାର ଅନ୍ତିମ ଦିନରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ ପାଇଥିବା କହିଛନ୍ତି ଧର୍ମେନ୍ଦ୍ର । ସେପଟେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ....ରସଗୋଲା ଦିବସ ପାଳୁଛନ୍ତି ପାହାଳ ବ୍ୟବସାୟୀ, ଗ୍ରାହକ ବଖାଣୁଛନ୍ତି ରସଗୋଲା ଓ ବଡ଼ଠାକୁରଙ୍କ ସମ୍ପର୍କର କାହାଣୀ - Rasagola Divas

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.