ବାଲେଶ୍ବରରେ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

By ETV Bharat Odisha Team

Published : Feb 14, 2024, 8:44 PM IST

thumbnail

Tribute To jawans:ବାଲେଶ୍ବର: ଆଜି ବି ଦେଶବାସୀଙ୍କ ମନରୁ ଲିଭି ନାହିଁ ପୁଲୱାମା ଆକ୍ରମଣ ଚିହ୍ନ । ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି ଆପଣ ଏକା ନୁହଁନ୍ତି ଟ୍ରଷ୍ଟ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ୧୪ ଫେବୃଆରୀ ୨୦୧୯ରେ ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ସିଆରପିଏଫ ଜବାନ ଶହୀଦ ହୋଇଥିଲେ । ସେହି ଦିନ ଠାରୁ ଦେଶରେ ୧୪ ଫେବୃଆରୀକୁ କଳା ଦିବସ ଭାବେ ପାଳନ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ସିମୁଳିଆ ଓ ଖଇରାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ 'ଆପଣ ଏକା ନୁହନ୍ତି ଟ୍ରଷ୍ଟ'ପକ୍ଷରୁ ଏହି ଦିବସ ପାଳନ କରାଯାଇଛି । ଖଇରା କଲେଜ କ୍ୟାମ୍ପସ ଠାରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ଵ ସଫେଇ କରିବା ସହ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଖଇରା ଥାନା ଅଧିକାରୀ ଗୟାଧର ବେହେରା ଓ ତହସିଲଦାର ପ୍ରଶାନ୍ତ କୁମାର ମହାରଣା ଯୋଗ ଦେଇଥିଲେ । ସେହପରି ସମ୍ମାନିତ ଅତିଥି ଭାବେ ସିମୁଳିଆରୁ ଅବସରପ୍ରାପ୍ତ ବୀର ଜବାନ ରାଜେନ୍ଦ୍ର କୁମାର ମହାପାତ୍ର ଯୋଗ ଦେଇଥିଲେ ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଗଦାଧର ଜେନା, ଅବସରପ୍ରାପ୍ତ ବୀର ଯବାନ ଗୋପାଳ ଚରଣ ସାହୁ, ମନମୋହନ ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ସହୀଦଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଖଇରା ବଜାର ଠାରୁ କଲେଜ ଯାଏ ଯାଇଥିଲା । ସଂଗଠନର ସଭାପତି ଅଜୟ କୁମାର ମହାନ୍ତି ଓ ସମ୍ପାଦକ ଶୁଶାନ୍ତ କୁମାର ବେହେରା, ଉପଦେଷ୍ଟା ଶିବାନନ୍ଦ ପାଢ଼ୀ ଉକ୍ତ କାର୍ଯ୍ୟକ୍ରକୁ ପରିଚାଳନା କରିଥିଲେ  । 

ଏହା ମଧ୍ୟ ପଢନ୍ତୁ ....ପୁଲଓ୍ବାମା ଆତ୍ମଘାତୀ ବିସ୍ଫୋରଣକୁ 5 ବର୍ଷ, ସହିଦ ମନୋଜଙ୍କୁ ଝୁରୁଛି ଗାଁ ମାଟି

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.