ଦୁଃଖରେ ଷ୍ଟ୍ରବେରୀ ଚାଷୀ, ଜିଲ୍ଲାପାଳଙ୍କ ନିକଟରେ ହେଲେ ଫେରାଦ

🎬 Watch Now: Feature Video

thumbnail

Strawberry Farmer complained to District Collector: ଫୁଲବାଣୀ: ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଷ୍ଟ୍ରବେରୀ ଚାଷୀ । ଷ୍ଟ୍ରବେରୀ ଚାଷ ପାଇଁ ଚାଷୀ ବ୍ୟାଙ୍କରୁ ଋଣ ଆଣିଥିଲେ ଏବଂ ଚାଷ ମଧ୍ୟ ଭଲ ହୋଇଥିଲା  । କିନ୍ତୁ ଫଳ ଫଳିଲା ବେଳକୁ ଓଏଲଏମ୍ ଓ ସିଆରପି ସବୁ ଖାଇଗଲେ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ଵର ପଞ୍ଚାୟତ ବରେପାଙ୍ଗୀ ଗ୍ରାମରେ ।   

ଏହା ମଧ୍ୟ ପଢ଼ନ୍ତୁ... ଚାରି ଦଫା ଦାବି ନେଇ ଓଡିଶା ମୈତ୍ରୀ ମହାସଂଘ ଧାରଣା

ସୂଚନା ଅନୁସାରେ, ବରେପାଙ୍ଗୀ ଗ୍ରାମର ଦଶ ଜଣ ମହିଳା ଆଶୀର୍ବାଦ ଏସଏଚଜି ଗ୍ରୁପ ଗଠନ କରି ଚଳିତ ବର୍ଷ ନଭେମ୍ବର ମାସରେ ଷ୍ଟ୍ରବେରୀ ଚାଷ କରିଥିଲେ । ଏଥିପାଇଁ ରାଇକିଆ ୟୁକୋ ବ୍ୟାଙ୍କରୁ ପାଞ୍ଚ ଲକ୍ଷ ଟଙ୍କା ଋଣ ଆଣିଥିଲେ । ଦିନରାତି ପରିଶ୍ରମ କରି ଷ୍ଟ୍ରବେରୀ ଚାଷ କରିଥିଲେ । ଏବେ ଫଳ ଫଳିଲା ବେଳକୁ ରାଇକିଆ ବ୍ଲକ ଓଏଲ୍ଏମ ଜୟ ଦେବ ପ୍ରଧାନ ଓ ସିଆରପି ପଦ୍ମିନୀ ମଲ୍ଲିକ ଚାଷୀ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏବଂ ଷ୍ଟ୍ରବେରୀ ଫଳ ନେଇ ଭୁବନେଶ୍ଵରରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ଏହି ମହିଳାମାନେ ।  ଏପରିକି ଏସଏଚଜି ମହିଳାମାନେ ଆଉଥରେ ମଧ୍ୟ ବ୍ୟାଙ୍କରୁ ୧୩ ଲକ୍ଷ ଟଙ୍କା ଋଣ କରିଥିଲେ ମଧ୍ୟ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ସାତ ଲକ୍ଷ ଟଙ୍କା ଅଛି । ଜମି ଲିଜରେ ଆଣି ଚାଷ କରିଥିଲେ । କିନ୍ତୁ ଉକ୍ତ ଲିଜ କାଗଜ ପତ୍ର ଏସଏଚଜି ମହିଳାମାନଙ୍କ ପାଖରେ ନଥାଇ ଓଏଲ୍ଏମ ଜୟଦେବ ପ୍ରଧାନ ନିଜ ପାଖରେ ରଖିଥିବା ଅଭିଯୋଗ କରିଛନ୍ତି । ଗ୍ରୁପ ସଦସ୍ୟମାନେ ଗତକାଲି(ଶୁକ୍ରବାର) ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେବା ସହ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ । 

ଇଟିଭି ଭାରତ, କନ୍ଧମାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.