କାଳିଆ ସାଆନ୍ତେଙ୍କ ପହଣ୍ଡି ବିଜେ, ସ୍ନାନବେଦୀକୁ ଝୁଲି ଝୁଲି ଆସିଲେ ଶ୍ରୀଜଗନ୍ନାଥ - Snana Yatra 2024

By ETV Bharat Odisha Team

Published : Jun 22, 2024, 9:09 AM IST

thumbnail
Jagannath Pahandi bije (DD Odia)

Lord Jagannath Pahandi bije ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ପୁରୀ ଶ୍ରୀଜଗନ୍ନାଥ ଧାମ  । ବର୍ଷକରେ ଥରୁଟିଏ ଆଜି ପ୍ରତ୍ୟକ୍ଷ ଶ୍ରୀଅଙ୍ଗ ଜଳସ୍ନାନ କରିବେ ମହାପ୍ରଭୁ । ଚତୁର୍ଦ୍ଧାମୂର୍ତ୍ତି ଆଜି ରତ୍ନବେଦୀରୁ ସ୍ନାନବେଦୀକୁ ଆସି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ । ରତ୍ନବେଦୀରୁ ଧାଡି ପହଣ୍ଡିରେ ସ୍ନାନବେଦୀକୁ ଆସିଛନ୍ତି କାଳିଆ ସାଆନ୍ତେ  । ପ୍ରଥମେ ସୁଦର୍ଶନ, ପରେ ବଡଭାଇ ବଳରାମ ଓ ଭଉଣୀ ସୁଭଦ୍ରା ଆସିବା ପରେ ଶେଷରେ ଝୁଲି ଝୁଲି ଆସୁଛନ୍ତି ଚକାଆଖିଆ । ଏହି ଦିବ୍ୟ ମୂହୁର୍ତ୍ତକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଭିଡ ଜମାଇଛନ୍ତି  । ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ଘଣ୍ଟଘଣ୍ଟା, ମୃଦଙ୍ଗ, କାହାଳୀ, ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ପରିସରରେ ଥିବା ସ୍ୱର୍ଣ୍ଣ କୂଅରୁ ଆସିବ ୧୦୮ ଗରା ଜଳ । ଯେଉଁଥିରେ ଦିବ୍ୟ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି  । ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ରହିବେ ପ୍ରଭୁ । ଧାଡି ପହଣ୍ଡିରେ ଝୁଲି ଝୁଲି ଆସି ଭକ୍ତଙ୍କ ମନ ମୋହୁଛନ୍ତି ପ୍ରଭୁ ଜଗନ୍ନାଥ । ଏହି ଦିବ୍ୟ ମୂହୁର୍ତ୍ତକୁ ଦେଖି ଭାବବିହ୍ୱଳ ଭକ୍ତ  ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.