thumbnail

By ETV Bharat Odisha Team

Published : May 17, 2024, 11:23 AM IST

ETV Bharat / Videos

ଚିଙ୍ଗୁଡ଼ି ପ୍ଲାଣ୍ଟରେ ଅଘଟଣ, ବିଷାକ୍ତ ଗ୍ୟାସ ଲିକ ହେବାରୁ ୧୫ରୁ ଉର୍ଦ୍ଧ୍ବ ଗୁରୁତର - gas leak in prawn processing plant

GAS LEAK IN PRAWN PROCESSING PLAN: ବାଲେଶ୍ୱର: ସ୍ନୋ ଓ୍ବାର୍ଡ ଚିଙ୍ଗୁଡି ପ୍ରୋସେସିଂ ୟୁନିଟରେ ଅଘଟଣ । ବିଷାକ୍ତ ଗ୍ୟାସ ଲିକ ହେବାରୁ ୧୫ରୁ ଉର୍ଦ୍ଧ୍ବ ମହିଳା ଶ୍ରମିକ ଗୁରୁତର । ଏଭଳି ଘଟଣା ଘଟିଛି ନୀଳଗିରି ନିକଟ ଗଡ଼ିଆମାଳ ଠାରେ ଚିଙ୍ଗୁଡ଼ି ପ୍ରୋସେସିଂ ୟୁନିଟରେ । ସମସ୍ତ ଗୁରୁତରଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଚିଙ୍ଗୁଡ଼ି ପ୍ରୋସେସିଂ ବେଳେ ବିଷାକ୍ତ ଗ୍ୟାସ ଲିକ ହୋଇ ଏମିତି ଅଘଟଣ ଘଟିଥିବା ସୂଚନା ମିଳିଛି। ଚିଙ୍ଗୁଡ଼ି ପ୍ରୋସେସିଂ ବେଳେ ବିଷାକ୍ତ ଗ୍ୟାସ ଲିକ ହୋଇ ଏମିତି ଅଘଟଣ ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଏ ସିଫ୍ଟ ରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଗତ ସନ୍ଧ୍ୟାରେ କାମ କରୁଥିବା ବେଳେ ହଠାତ ମୁଣ୍ଡ ବୁଲାଇ ଅଚେତ ହୋଇପଡିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତରଙ୍କ ମଧ୍ୟରୁ ଅଧିକାଂଶ ନାବାଳିକା ଥିବା ଅନୁମାନ କରାଯାଉଛି। କମ୍ପାନୀର କୌଣସି ଅଧିକାରୀ ମେଡ଼ିକାଲରେ ପହଞ୍ଚି ନଥିବା ବେଳେ ଅସୁସ୍ଥ କର୍ମଚାରୀମାନଙ୍କ ଚିକିତ୍ସା ଜାରି ରହିଛି। 

ଏହା ମଧ୍ୟ ପଢନ୍ତୁ-ସିଲିଣ୍ଡର ବିସ୍ଫୋରଣ ହେବାରୁ ମାଆ ସମେତ ଦୁଇ ପିଲାଙ୍କର ମୃତ୍ୟୁ

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.