thumbnail

By ETV Bharat Odisha Team

Published : Jun 12, 2024, 10:20 PM IST

ETV Bharat / Videos

ବାଲୁକାକଳା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା - GREETINGS TO MOHAN MAJHI

ନିମାପଡ଼ା: ନୂଆ ବିଜେପି ସରକାରରେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ  ଶପଥ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ଜନତା ମଇଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ମହଲରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତ ମୁଖ୍ୟମନ୍ତ୍ରୀଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । 

ଏହା ବି ପଢନ୍ତୁ...ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ: ୪ ପ୍ରସ୍ତାବରେ ବାଜିଲା ମୋହର, କାଲିଠୁ ଖୋଲିବ ଶ୍ରୀମନ୍ଦିର ୪ ଦ୍ବାର - Cabinet Meeting

ଏହି ବାଲୁକା କଳା କୃତିକୁ ଦେଖିବା ପାଇଁ ଚନ୍ଦ୍ରଭାଗା ବେଳାଭୂମିରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଜମିଥିଲା । ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତ ବିଭିନ୍ନ ବାଲୁକା କଳାକୃତି ମାଧ୍ୟମରେ ଦେଶ ବିଦେଶ ତଥା ଆମ ରାଜ୍ୟରେ ବେଶ ସୁନାମ ଅର୍ଜନ କରିଛନ୍ତି । ଖାଲି ସେତିକି ନୁହେଁ ସେ ଲିମକା ବୁକ୍ସ ଅଫ ରେକଡ଼ରେ ସ୍ଥାନ ପାଇଛନ୍ତି ।
ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.