ମଦ ପିଇବାକୁ ବାରଣ କରିବାରୁ ସାଧୁଙ୍କୁ ନିର୍ମମ ଆକ୍ରମଣ, ଦୁଇ ଭାଇ ଗିରଫ - saint brutally attacked - SAINT BRUTALLY ATTACKED

🎬 Watch Now: Feature Video

thumbnail

By ETV Bharat Odisha Team

Published : Mar 31, 2024, 4:17 PM IST

Saint Brutally Attacked: ଲକ୍ଷ୍ନୌ: ମଦ ନପିଇବାରୁ ସାଧୁଙ୍କୁ ଆତି ନିର୍ମମ ଭାବେ ଆକ୍ରମଣ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲା ଗାଙ୍ଗିରି ଅଞ୍ଚଳରେ । ମଦ ପିଇବାକୁ ବାରଣ କରିବାକୁ ଦୁଇ ଜଣ ଭାଇ ଜଣେ ସାଧୁଙ୍କୁ ଆକ୍ରମଣ କରିଛନ୍ତି । ନିଶାଗ୍ରସ୍ତ ଦୁଇ ଭାଇ ସାଧୁଙ୍କୁ ମାଡ ମାରିବା ସହ ଘୋଷାଡି ଘୋଷାଡି ନେଇଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଭାଇଙ୍କୁ ଗିରଫ କରିଛି ।    

ଏହା ମଧ୍ୟ ପଢନ୍ତୁ.....ମୁନିଗୁଡା ନାବାଳିକା ମୃତ୍ୟୁର ଖୋଲିଲା ଗୁମର, ଦୁଷ୍କର୍ମ ପରେ ହତ୍ୟା କରିଥିଲା ଅଭିଯୁକ୍ତ - Muniguda Murder Case

ସୂଚନାଯୋଗ୍ୟ ଗତ(ଶୁକ୍ରବାର) ରାତିରେ ଏହି ଘଟଣା ଘଟିଛି । ଗାଙ୍ଗିରି ଅଞ୍ଚଳରେ ଦୁଇ ଜଣ ଯୁବକ ଜଣେ ସାଧୁ ମଦ ପିଇବାକୁ ବାରଣ କରିଥିଲେ । ମାତ୍ର ସେମାନେ ନ ମାନିବାରୁ ସେ ପାଖରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟକୁ ଚାଲି ଆସିଥିଲେ । ଏହାପରେ ସେହି ଯୁବକ ଦ୍ବୟ ଉତକ୍ଷିପ୍ତ ହୋଉ ସାଧୁଙ୍କୁ ଆକ୍ରମଣ କରିଥିଲେ । ତେବେ ପୀଡିତା ସାଧୁ ଜଣକ ହେଲେ ଗଜରାଜ ସିଂ ଏବଂ ଅଭିଯୁକ୍ତ ଦ୍ବୟ ସମ୍ପର୍କରେ ଭାଇ ହୋଇଥିବା ବେଳେ ସେମାନଙ୍କ ନାମ ଗାବିସ୍ ଏବଂ ରାଜେଶ ବୋଲି ଜଣାପଡ଼ିଛି । ସାଧୁଙ୍କୁ ପିଟିବା ସହ ତାଙ୍କ ଗୋଡ ଧରି ତାଙ୍କୁ ଟାଣି ନେଇଥିଲେ । ଏହାପରେ ଉକ୍ତ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀମାନେ ସାଧୁଙ୍କୁ ଉଦ୍ଧାର କରିଥିଲେ । ତେବେ ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ପୀଡିତା ସାଧୁଙ୍କ ଅଭିଯୋଗ ଉପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.