ପାରାଦ୍ବୀପରୁ ଦ୍ବିତୀୟ ଥର ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ହେଲେ ସମ୍ପଦ ସ୍ବାଇଁ - ODISHA ASSEMBLY ELECTION 2024

By ETV Bharat Odisha Team

Published : Apr 2, 2024, 6:18 PM IST

thumbnail

Reaction of Paradeep BJP Candidate: ଜଗତସିଂହପୁର: ବିଜେପିର ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଜଗତସିଂହପୁର ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଆଜି ପାରାଦ୍ବୀପ ଓ ତିର୍ତ୍ତୋଲ ବିଧାନସଭା ଆସନର ବିଜେପି କର୍ମୀ ମାନେ ଉତ୍ସାହିତ ହୋଇ ପଡିଛନ୍ତି । ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ନିର୍ବାଚନ ମଣ୍ଡଳୀରେ ବିଜେପି ସମ୍ପଦ ସ୍ବାଇଁଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ।  2024 ସାଧାରଣ ନିର୍ବାଚନରେ ଆଜି ଦଳ ପାରାଦ୍ବୀପ ନିର୍ବାଚନ ମଣ୍ଡଳୀରୁ ସମ୍ପଦ ସ୍ବାଇଁଙ୍କୁ ପ୍ରାର୍ଥୀ କରିବା ପରେ ସମ୍ପଦଙ୍କ ଶିବିର ଚଳ ଚଞ୍ଚଳ ହୋଇଛି । ବିଜେପି କର୍ମୀମାନେ ମିଠା ଖାଇ ଉତ୍ସଵ ମନାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା: ଚାନ୍ଦବାଲିରୁ ମନମୋହନ-ସମ୍ବଲପୁରରୁ ଜୟନାରାୟଣ-ଦିଗପହଣ୍ଡିରୁ ସିଦ୍ଧାନ୍ତ, ୧୭ ବିଧାୟକ ରିପିଟ୍ - BJP CANDIDATES LIST

ବିଜେପି ପ୍ରାର୍ଥୀ ଭାବେ ପାରାଦ୍ବୀପ ରୁ ଟିକେଟ ଘୋଷଣା ହେବାପରେ ସମ୍ପଦ କହିଛନ୍ତି ଯେ ସେ ରାଜ୍ୟ ଓ କେନ୍ଦ୍ର ନେତୃତ୍ବଙ୍କ ନିକଟରେ ଚିର ଋଣୀ । ଆଗାମୀ ସାଧାରଣ ନିର୍ବାଚନରେ ମୋତେ ପାରାଦ୍ବୀପବାସୀ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରାଇବେ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି । ମୁଁ ପାରାଦ୍ୱୀପ ବାସୀ ଙ୍କ ସହିତ ଆଗରୁ ରହି ଆସିଛି । ସେ ଜାଣନ୍ତି କେନ୍ଦ୍ରରେ ମୋଦି ସରକାରଙ୍କ ଜନ ହିତକର କାର୍ଯ୍ୟ ଓ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପାଇଁ ଲୋକେ ସଚେତନ ହେଲେଣି । ଆଗକୁ ବିଜେପି ବହୁତ ଭଲ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ପ୍ରକାଶ ଯୋଗ୍ୟ ଯେ 2019 ସାଧାରଣ ନିର୍ବାଚନରେ ପାରାଦ୍ବୀପରୁ ବିଜେପି ନୂଆ ମୁହଁ ଭାବେ ସମ୍ପଦ ସ୍ବାଇଁଙ୍କୁ ଦଳ ପ୍ରାର୍ଥୀ କରିଥିଲା । 2019 ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ସମ୍ବିତ ରାଉତରାୟ ଓ କଂଗ୍ରେସ ପ୍ରାର୍ଥୀ ଭାବରେ ବାପି ସର୍ଖେଲ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପି ତାର ରଣନୀତିରେ ପରିବର୍ତ୍ତନ କରି ବିଜେପି ପ୍ରାର୍ଥୀ ଭାବରେ ଶ୍ରମିକ ନେତା ସମ୍ପଦ ସ୍ବାଇଁଙ୍କୁ ଦଳ ସେଠାରୁ ପ୍ରାର୍ଥୀ କରିଥିଲା । ସେ ସମୟରେ ବିଜେପି ପ୍ରାର୍ଥୀ ସମ୍ପଦ ସ୍ବାଇଁ 35 ହଜାର 37 ଖଣ୍ଡ ଭୋଟ୍ ପାଇଥିଲେ । ଏହି ଆସନରୁ ବିଜେପି 2014 ରେ ଅମାନତ ହରାଇଥିବା ବେଳେ 2019 ରେ ଭୋଟ୍ ହାର ବଢି 43 ପ୍ରତିଶତକୁ ବୃଦ୍ଧି ପାଇଥିଲା  । 

ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.