3 ରଥରେ ଛେରା ପହଁରା କଲେ ଗଜପତି ମହାରାଜା - Cherra Pahanra Ritual

🎬 Watch Now: Feature Video

thumbnail

Rath Yatra 2024: ପୁରୀ: କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଆଜି ଘୋଷଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ । ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ଛେରା ପହଁରା । ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ନୀତି ସମ୍ପନ୍ନ କରିଛନ୍ତି । ମହାପ୍ରଭୁଙ୍କୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିବା ପରେ ରଥ ଉପରେ ଛେରା ପହଁରା ନୀତି କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସୁବର୍ଣ୍ଣ ଖଡ଼ିକାରେ 3 ରଥରେ ଛେରା ପହଁରା କରିଛନ୍ତି ଗଜପତି ମହାରାଜା । ଗଜପତି ମହାରାଜା ପ୍ରଥମେ ତାଳଧ୍ୱଜ ରଥରେ ଛେରା ପହଁରା କରିବା ପରେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଯାଇ ଛେରା ପହଁରା ନୀତି ସମାପନ କରିଛନ୍ତି । ଏବେ ଛେରାପହଁରା ପରେ ରଥରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇ ଘୋଡ଼ା ଜୋଖା ଚାଲିଛି । ଏହାପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି: ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଣାମ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ - Lord jagannath

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.