‘କୋଲକାତା କାଣ୍ଡର ଦୋଷୀକୁ ଶୀଘ୍ର ଦିଅ ଦଣ୍ଡ’: SCBରେ ତେଜିଲା ସ୍ୱର - STUDENT IN PROTEST IN CUTTACK SCB

By ETV Bharat Odisha Team

Published : Aug 14, 2024, 8:31 AM IST

Updated : Aug 14, 2024, 8:47 AM IST

thumbnail
‘କୋଲକାତା କାଣ୍ଡର ଦୋଷୀକୁ ଶୀଘ୍ର ଦିଅ ଦଣ୍ଡ’: SCB ରେ ତେଜିଲା ସ୍ୱର (ETV Bharat Odisha)

କଟକ: କୋଲକାତା ହସ୍ପିଟାଲ କାଣ୍ଡର ପ୍ରଭାବ ଦେଶବ୍ୟାପୀ ଚିକିତ୍ସାନୁଷ୍ଠାନ ଉପରେ ପଡିଛି । ପୀଡିତାଙ୍କ ପରିବାର ପ୍ରତି ନ୍ୟାୟ ଓ ସୁରକ୍ଷା ଦାବିରେ ଦେଶବ୍ୟାପୀ ଡାକ୍ତର ଓ ମେଡିକାଲ ଷ୍ଟାଫମାନେ ପ୍ରତିବାଦ କରୁଛନ୍ତି । ଏହାର ପ୍ରଭାବ କଟକ ବଡ ମେଡିକାଲ(ଏସସିବି)ରେ ମଧ୍ୟ ଦେଖିବାକୁ ମିଳିଛି । ଗତକାଲି ସିନିୟର ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ, ହାଉସ ସର୍ଜନ, ସ୍ନାତକ ଡାକ୍ତରୀ ଛାତ୍ରଛାତ୍ରୀ କଳାବ୍ୟାଚ ପିନ୍ଧି କ୍ୟାଣ୍ଡେଲ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି । ଘଟଣାର ତ୍ବରିତ ତଦନ୍ତ, ପୀଡିତାଙ୍କୁ ନ୍ୟାୟ, କାର୍ଯ୍ୟସ୍ଥଳୀରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରିବେ ବୋଲି ଡାକ୍ତର ସଂଘ କହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୋଲକାତାର ଆର.ଜି କର ସରକାରୀ ହସ୍ପିଟାଲରେ ଜଣେ କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଛି । ଯାହାର ପ୍ରଭାବ ଦେଶବ୍ୟାପୀ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ପୋଲିସ ଏବେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି । ଗତକାଲି ରେସିଡେଣ୍ଟ ଡାକ୍ତରଙ୍କ ଦେଶବ୍ୟାପୀ ଆନ୍ଦୋଳନ କାରଣରୁ ଓପିଡି ସେବା ପୁରା ଠପ ହୋଇଯାଇଥିଲା ।

ଇଟିଭି ଭାରତ, କଟକ

Last Updated : Aug 14, 2024, 8:47 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.