ରାଷ୍ଟ୍ରପତି ଭବନରେ ଜମିଲା ବ୍ୟାଡ୍‌ମିଣ୍ଟନ ମ୍ୟାଚ୍‌; ସାଇନା ନେହୱାଲଙ୍କ ସହ ଖେଳିଲେ ରାଷ୍ଟ୍ରପତି - Droupadi Murmu plays badminton

By ETV Bharat Odisha Team

Published : Jul 10, 2024, 11:08 PM IST

thumbnail
PRESIDENT MURMU PLAYED BADMINTON (Rashtrapati Bhavan)

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଦମଦାର ମ୍ୟାଚ୍‌ । ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହୱାଲଙ୍କୁ କଡ଼ା ଟକ୍କର ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଭଳି ମ୍ୟାଚ୍‌ ଦେଖିବାକୁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ । ‘Her Story – My Story’ କାର୍ଯ୍ୟକ୍ରମରେ ଆଜି ଭାଗ ନେଇଥିଲେ ଭାରତୀୟ ଷ୍ଟାର ବ୍ୟାଡ୍‌ମିଣ୍ଟନ ପ୍ଲେୟର ସାଇନା ନେହୱାଲ । ସେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅନ୍ତର୍ଜାତୀୟସ୍ତରରେ ଦେଶର ନାମକୁ ଅନେକ ଉଚ୍ଚାକୁ ନେଇଛନ୍ତି । ଯେଉଁଥିପାଇଁ ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ସେଠାରେ ଥିବା ସାଂସ୍କୃତିକ ଭବନରେ ନିଜର ଅଭିଭାଷଣ ରଖିଥିଲେ ସାଇନା । ଏହାପରେ ରାଷ୍ଟ୍ରପତି ଭବନରେ ଥିବା ବ୍ୟାଡମଣ୍ଟନ କୋର୍ଟରେ ଖୋଦ ରାଷ୍ଟ୍ରପତିଙ୍କ ସହ ଖେଳିଥିଲେ ସାଇନା । ଏହାର ଫଟୋ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଆଧିକାରିକ ଏକ୍ସ ହ୍ୟାଣ୍ଡେଲ୍‌ରେ ମଧ୍ୟ ପୋଷ୍ଟ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ନୂଆ କୋଚ୍ ଗମ୍ଭୀର, ବହୁତ ଆଗକୁ ଯିବ ଟିମ ଇଣ୍ଡିଆ: ପ୍ରଭଞ୍ଜନ - Team India head Coach Goutam

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.