thumbnail

By ETV Bharat Odisha Team

Published : Jan 25, 2024, 10:58 PM IST

ETV Bharat / Videos

ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ମାୟାନଗରୀ, ଦେଖନ୍ତୁ

Republic Day: ମୁମ୍ବାଇ: ରାତି ପାହିଲେ ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦେଶବ୍ୟାପୀ ଉତ୍ସବର ମାହୋଲ ରହିଥିବାବେଳେ ମାୟାନଗରୀ ମୁମ୍ବାଇ ମଧ୍ୟ ଆଲୋକମାଳାରେ ସଜେଇ ହୋଇଛି । ଏଠାରେ ଥିବା BSE ବିଲଡିଂ, ମନ୍ତ୍ରାଳୟ ବିଲଡିଂ ଏବଂ ଛତ୍ରପତି ଶିବାଜୀ ଟର୍ମିନାଲ ତ୍ରିରଙ୍ଗା ରଙ୍ଗର ଆଲୋକମାଳାରେ ସୁସଜ୍ଜିତ ହୋଇଛି । ଆସନ୍ତାକାଲି ଦେଶର ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ କରାଯାଇ ପାଳନ ହେବ ସାଧାରଣତନ୍ତ୍ର ଦିବସ । 

ଏହା ମଧ୍ୟ ପଢନ୍ତୁ...ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ରାମ ମନ୍ଦିର ପ୍ରତିଷ୍ଠା ନ୍ୟାୟିକ ବ୍ୟବସ୍ଥାରେ ଦେଶବାସୀଙ୍କ ବିଶ୍ବାସର ପ୍ରତୀକ

ପ୍ରତିବର୍ଷ ଜାନୁଆରୀ ୨୬ତାରିଖକୁ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ । ଆସନ୍ତାକାଲି ଏହି ଦିନଟିକୁ ପାଳନ କରିବା ପାଇଁ ଦିଲ୍ଲୀରୁ ପଲ୍ଲି ସବୁଠି ଶେଷ ହୋଇଛି ପ୍ରସ୍ତୁତି । ମୁମ୍ବାଇରେ ମଧ୍ୟ ଅନେକ ବ୍ୟବସାୟୀକ ପ୍ରତିଷ୍ଠାନ ରହିଥିବାବେଳେ ସେସବୁ ରଙ୍ଗବେରଙ୍ଗ ଆଲୋକରେ ସଜ୍ଜିତ ହୋଇଛି । ରାତି ପାହିଲେ ସବୁଠି ଫରଫର ହୋଇ ଉଡ଼ିବ ତ୍ରିରଙ୍ଗା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.