ନଡ୍ଡାଙ୍କ ଅପେକ୍ଷାରେ ବିଜେପି ଶିବିର, ସ୍ବାଗତ ପାଇଁ ବ୍ରହ୍ମପୁରରେ ପ୍ରସ୍ତୁତି ଶେଷ - All Set To Welcome Nadda

By ETV Bharat Odisha Team

Published : Apr 28, 2024, 4:10 PM IST

thumbnail

All Set To Welcome Nadda: ବ୍ରହ୍ମପୁର: ଆଜି ସନ୍ଧ୍ୟାରେ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀକୁ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସହରର ଆମ୍ୱପୁଆ ସ୍ଥିତ ବିବେକ ବିହାର ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶର ସାଧାରଣ ସଭାରେ ସେ ଯୋଗ ଦେବେ । ବିଶାଳ ଜନସଭାକୁ ସମ୍ବୋଧନ କରିବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ । ନଡ୍ଡାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମାବେଶରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ୟାଦବ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ଯୋଗ ଦେବେ । ସେହିପରି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସଂଗଠନ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଗଞ୍ଜାମ ଜିଲ୍ଲା ସଭାପତି ଡକ୍ଟର ସୁବାସ ସାହୁ ଉପସ୍ଥିତ ରହିବେ । 

ଏହା ବି ପଢନ୍ତୁ...ଗର୍ଜିଲେ ରାହୁଲ: ବିଜେପି-ବିଜେଡି ବିବାହ ହୋଇଛି, ଓଡ଼ିଶାରେ ପାଣ୍ଡିଆନ ଶାସନ ଚଳାଉଛନ୍ତି - Rahul Gandhi In Odisha

ଏହାସହ ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭାରେ ପ୍ରତିଦ୍ୱନ୍ଦିତା କରୁଥିବା ଦଳୀୟ ପ୍ରାର୍ଥୀ ଏବଂ ଦଳୀୟ ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମାବେଶ ପରେ ରାଷ୍ଟୀୟ ଅଧ୍ୟକ୍ଷ ଦକ୍ଷିଣ ଓଡିଶାର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଗୋପାଳପୁର ଠାରେ ଆଯୋଜିତ ଏକ ବୈଠକରେ ଯୋଗ ଦେବେ । ନଡ୍ଡାଙ୍କୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ରହିଛନ୍ତି ଦଳୀୟ କର୍ମୀ । 

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.