ମୌସୁମୀ ବର୍ଷାରେ ବୁଡିବ କଟକ, ହେଲେ ଅଳ୍ପ ସମୟ ପାଇଁ: କଟକ ମେୟର - monsoon preparation by CMC

By ETV Bharat Odisha Team

Published : Jun 14, 2024, 6:59 PM IST

thumbnail
Monsoon preparation by CMC (ETV Bharat odisha)

Monsoon preparation by CMC: କଟକ: ମୌସୁମୀ ବର୍ଷାରେ ବୁଡିବ କଟକ ! କିନ୍ତୁ କିଛି ସମୟ ପାଇଁ  । କଟକରେ ଜାରି ରହିଥିବା ବକ୍ସ ଡ୍ରେନ କାର୍ଯ୍ୟ ଆଉ କିଛି ଅଂଶ ନିର୍ମାଣଧୀନ ରହିଥିବା ବେଳେ ଚଳିତବର୍ଷ ମୌସୁମୀ ପ୍ରବାହରେ କଟକ ଜଳବନ୍ଦୀ ହେବାର ସମ୍ଭାବନା ରହିଛି। କିନ୍ତୁ ପ୍ରବଳ ବର୍ଷା ସମୟରେ କିଛି ସମୟ ପାଇଁ କଟକ ଜଳବନ୍ଦୀ ହେବ କିନ୍ତୁ ସଙ୍ଗେସଙ୍ଗେ ବର୍ଷା ଜଳ ନିଷ୍କାସନ ହୋଇଯିବ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ। 

ଓଡିଶା ଛୁଇଁଲାଣି ମୌସୁମୀ । କେଉଁ ମୁହୂର୍ତ୍ତରେ ଆରମ୍ଭ ହୋଇପାରେ ଲଗାଣ ବର୍ଷା । ଏହାକୁ ନଜରରେ ରଖି କଟକ ମହାନଗର ନିଗମ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ଜାରି ରହିଥିବା ବକ୍ସ ଡ୍ରେନ କାର୍ଯ୍ୟ ଓ ବକ୍ସ ଡ୍ରେନକୁ ସଂଯୋଗୀକରଣ ଅନ୍ୟାନ୍ୟ ଡ୍ରେ କୁ ତଦାରଖ ନେଇ ଆଇଆଇଟି ମାଡ୍ରାସ କମିଟି ଆସି କାର୍ଯ୍ୟ ତଦାରଖ କରିଛନ୍ତି । ସେ ଏକ ରିପୋର୍ଟ ପ୍ରଦାନ କରିବେ । ଅନ୍ୟପଟେ କଟକ ସହରରୁ 80 ପ୍ରତିଶତ ନାଳ ସଫା ହୋଇ ସାରିଛି । ଏପରିକି ତଳିଆ ଅଞ୍ଚଳରୁ ପାଣି ନିଷ୍କାସନ ନେଇ 280 ପମ୍ପ ସେଟ ଲଗାଯିବା ନେଇ ଯୋଜନା ହୋଇ ସାରିଛି ବୋଲି କହିଛନ୍ତି ମେୟର ସୁବାସ ସିଂ।

ଏହାମଧ୍ୟ ପଢନ୍ତୁ.. ଆସୁଛି ବର୍ଷା ଦିନ, ମୁକାବିଲା ପାଇଁ ଅନୁଗୋଳ-ବଲାଙ୍ଗୀରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ - Flood Preparation Meeting

କିଛି ଦିନ ପୂର୍ବରୁ କାଳବୈଶାଖୀରେ ଜଳବନ୍ଦୀ ହେଇଥିଲା କଟକ ସହର । ରାସ୍ତା ଉପରେ ଲହଡି ମାରିଲା ଆଣ୍ଠୁଏ ଉଚ୍ଚର ବର୍ଷା ଜଳ ।  କଟକ ମହାନଗର ନିଗମ ଏଭଳି ବର୍ଷାକୁ ଆଖିରେ ରଖି ପୂର୍ବରୁ ଯଦି ଯୋଜନା କରିଥାଆନ୍ତା ତେବେ ନିଶ୍ଚିତ ଭାବରେ ଏମିତି ଦୁର୍ଦ୍ଦଶା ଦେଖିବାକୁ ମିଳି ନଥାନ୍ତା ବୋଲି ଅଭିଯୋଗ କରିଥିଲେ କଟକ ବାସିନ୍ଦା । ତେବେ ମୌସୁମୀ ବର୍ଷା ପୂର୍ବରୁ ସିଏମସି ଏହି ଦିଗରେ ଚିନ୍ତା କରିବା ଆବଶ୍ୟକ ବୋଲି ଦାବି କରିଛନ୍ତି କଟକିଆ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.