ଅଶାନ୍ତ ବାଲେଶ୍ବର, ଲୋକଙ୍କ ମଧ୍ୟରୁ ଭୟ ଦୂରେଇବା ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ - Police Flag March in Balasore - POLICE FLAG MARCH IN BALASORE

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 18, 2024, 9:02 PM IST

Police Flag March in Balasore : ବାଲେଶ୍ବର: ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ଜାରି ରହିଛି ପ୍ରୟାସ। ବାଲେଶ୍ୱରରେ ସକାଳ ଠାରୁ ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଥିବା ବେଳେ ସନ୍ଧ୍ୟାରେ ଜିଲ୍ଲାପାଳ, ଆଇଜି ଏବଂ ଏସପିଙ୍କ ନେତୃତ୍ୱରେ ଟାଉନ ଥାନା ନିକଟରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇଛି। ସହରର ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ଫ୍ଲାଗମାର୍ଚ୍ଚ କରି ଲୋକଙ୍କ ମଧ୍ୟରେ ଥିବା ଭୟର ବାତାବରଣ ଦୁରେଇବାକୁ ଚେଷ୍ଟା ଜାରି ରଖିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ କେନ୍ଦ୍ରୀୟ ଫୋର୍ସ ଆସିବା ନେଇ ନିଷ୍ପତ୍ତି ହୋଇଛି। ବାଲେଶ୍ୱରବାସୀ ଏଥିପାଇଁ ସହଯୋଗ କରିବାକୁ ଜିଲ୍ଲାପାଳ ଆଶିଷ ଠାକରେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି।  

ଏହା ମଧ୍ୟ ପଢ଼ନ୍ତୁ.. ରଣକ୍ଷେତ୍ର ପାଲଟିଥିଲା ବାଲେଶ୍ବର, ସହରରେ ଶାନ୍ତି ବଜାୟ ରଖିବାକୁ ସାଂସଦଙ୍କ ଅପିଲ - Group Clash Erupts In Balasore

କର୍ଫ୍ୟୁ ଏମିତି ବଳବତ୍ତର ରହିବା ନେଇ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି। ବର୍ତ୍ତମାନର ଅଶାନ୍ତ ପରିସ୍ଥିତି ସୁଧାର ଆସିବା ପରେ ଶାନ୍ତି କମିଟି ଦ୍ୱାରା ସଦ୍ଭାବନା ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି କୁହାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଗଣ୍ଡଗୋଳକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। 40 ଉର୍ଦ୍ଧ୍ଵ ଗଣ୍ଡଗୋଳକାରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଆଗାମୀ ଦିନରେ ଆହୁରି ଅଧିକ ଚିହ୍ନଟ ହେବାସହ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.