thumbnail

By ETV Bharat Odisha Team

Published : Jun 9, 2024, 5:31 PM IST

ETV Bharat / Videos

ସୂକ୍ଷ୍ମ କଳାକୃତିରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା - Miniature Art

Narendra Modi Miniature Art: ଖୋର୍ଦ୍ଧା: ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି । ଚଳିତ 2024 ସାଧାରଣ ନିର୍ବାଚନରେ ଦେଶବାସୀ ନରେନ୍ଦ୍ର ମୋଦିଙ୍କ ପ୍ରତି ତୃତୀୟ ଥର ପାଇଁ ସମର୍ଥନ ଜଣାଇଛନ୍ତି । ଯାହା ଫଳରେ ପୁନର୍ବାର ଆଜି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଏନେଇ ମୋଦିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ଅବସରରେ ନିଜ ସୁକ୍ଷ୍ମ କଳାକୃତି ମାଧ୍ୟମରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ସୂକ୍ଷ୍ମ ଶିଳ୍ପୀ ଏଲ ଈଶ୍ୱର ରାଓ । ନିଜର ସୂକ୍ଷ୍ମ କଳାକୃତି ମାଧ୍ୟମରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଈଶ୍ୱର ରାଓ ଚଳିତ ଥର ଗୋଟିଏ ରଙ୍ଗ ପେନସିଲ ଉପରେ ଏକ ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୂକ୍ଷ୍ମ ପ୍ରତିକୃତି ପ୍ରସ୍ତୁତ କରି ଶୁଭେଚ୍ଛା ଜଣାଇଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ...ସନ୍ଧ୍ୟାରେ ଶପଥ ନେବେ ମୋଦି: 30 ମନ୍ତ୍ରୀ ନେଇପାରନ୍ତି ଶପଥ, ନୀତିଶ-ନାଇଡୁଙ୍କୁ ମିଳିପାରେ ଏହି ମନ୍ତ୍ରଣାଳୟ - lok sabha election results 2024
ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.