thumbnail

ଲଗାଣ ବର୍ଷାରେ ବେହାଲ ସ୍ଥିତି; ବାଲିସାଗରରେ ଘରେ ପଶିଲା ପାଣି - Waterlogging Situation In Malkangiri

By ETV Bharat Odisha Team

Published : Jun 7, 2024, 2:10 PM IST

ମାଲକାନଗିରି: ଗତରାତିରୁ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇପଡିଛି ବାଲିସାଗର ଅଞ୍ଚଳ । ପାର୍ଶ୍ବରେ ଥିବା ୨୦ ଘର ପାଣିରେ ବୁଡିଛି । ଅସ୍ତବ୍ୟସ୍ତ ଜନଜୀବନ । ମାଲକାନଗିରି ସ୍ଥିତ ଏହି ଅଞ୍ଚଳର ଏବେ ଉନ୍ନତିକରଣ କରାଯାଉଥିବା ବେଳେ ଏହା ପାର୍ଶ୍ବରେ ଥିବା ଘରଗୁଡିକ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । କାରଣ ଏଠାରେ ବନ୍ଧ ନିର୍ମାଣ କରାଯାଉଥିବା ବେଳେ ଏଠାରେ ହୁଡାଗୁଡିକ ବହୁ ଉଚ୍ଚା କରାଯାଇଚି । ଫଳରେ ପାର୍ଶ୍ବରେ ଥିବା ଘରଗୁଡିକ ପ୍ରାୟ ୨୦ ଫୁଟ ତଳେ ରହିଛି । ଫଳରେ ଗତକାଲି କାଳବୈଶାଖୀ ପ୍ରଭାବରେ ଲଗାଣ ବର୍ଷା ହେବା ଯୋଗୁଁ ଏହି ତଳିଆ ଲୋକେ ବହୁ ହଇରାଣ ହୋଇଛନ୍ତି । ବର୍ଷା ପାଣି ନିଷ୍କାସନ ହୋଇନପାରି ସେଠାରେ ଥିବା ଘର ଗୁଡିକରେ ପାଣି ପଶିଯାଇଛି । ଯାହାଫଳରେ ଘରର ସମସ୍ତ ଆସବାବପତ୍ର ଏବଂ ଦୈନନ୍ଦିନ ସାମଗ୍ରୀ ପାଣିରେ ଭିଜେ ନଷ୍ଟ ହୋଇଯାଇଛି । ଏପରିକି କଛି ଝାଟିମାଟି ଘର କାନ୍ଥ ଭୁଶୁଡି ପଡିଛି । ଯାହା ପରେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସ୍ଥାନୀୟବାସୀ । ଏନେଇ ପୂର୍ବରୁ ଜିଲ୍ଲାପାଳଙ୍କ ସହ ଆଲୋଚନା ସରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ । ଏପରି ସମୟରେ ଏବେ ଠାରୁ କୌଣସି ଉପାୟ ନକଲେ ବର୍ଷା ଦିନେ ଏଠାକାର ଲୋକେ ଆହୁରି ହଇରାଣ ହେବେ ବୋଲି କହିଛନ୍ତି । ତେବେ ଏନେଇ ସରକାର ତାଙ୍କୁ ଅନ୍ୟତ୍ର ଥଇଥାନ କରନ୍ତୁ ନଚେତ ବନ୍ଧ ନିର୍ମାଣ ନ କରନ୍ତୁ ବୋଲି ନିବେଦନ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ: ଧସିଲା ଇନ୍ଦ୍ରାବତୀ ମୁଖ୍ୟ କେନାଲ; 40 ଫୁଟ ଘାଇ, ଜଳମଗ୍ନ ଚାଷ ଜମି

ମାଲକାନଗିରି, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.