ବିଭାଜନ ବିଭୀଷିକା ସ୍ମୃତି ଦିବସ, ଫଟୋଚିତ୍ର ପ୍ରଦର୍ଶନୀକୁ ଉଦଘାଟନ କଲେ ବାଚସ୍ପତି - Partition Horrors Remembrance Day

By ETV Bharat Odisha Team

Published : Aug 14, 2024, 11:07 PM IST

thumbnail
Partition Horrors Remembrance Day (ETV Bharat Odisha)

ଖୋର୍ଦ୍ଧା: 1947 ମସିହାରେ ଦେଶ ବିଭାଜନ ସମୟରେ ଦେଶରେ ହୋଇଥିଲା ବିଭାଜନ ବିଭୀଷିକା । ସେହି କଳାଦିନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ସେଣ୍ଟ୍ରାଲ ବ୍ୟୁରୋ ଅଫ୍ କୁମ୍ୟନିକେଶନ, ଭୁବନେଶ୍ୱର କାର୍ଯ୍ୟାଳୟ ତରଫରୁ ଅଗଷ୍ଟ ୧୪ ତାରିଖରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ନନ୍ଦିଘୋଷ ଭବନରେ ଅନୁଷ୍ଠିତ ହୋଇଯାଇଛି । ବିସ୍ଥାପନର କରୁଣ କାହାଣୀକୁ ପରବର୍ତ୍ତୀ ପିଢି ନିକଟରେ ପହଞ୍ଚାଇବା ଲାଗି ଏହି ଅବସରରେ ଦୁଇ ଦିନ ବ୍ୟାପୀ ଏକ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । 

ଏହା ବି ପଢନ୍ତୁ...Partition Horrors Remembrance Day: ବିଭାଜନ ବିଭୀଷିକାକୁ ମନେ ପକାଇଲେ ମୋଦି, କହିଲେ ବିଭାଜନରେ ପ୍ରଭାବିତଙ୍କ ଜୀବନକୁ ପୁନଃନିର୍ମାଣ ଆବଶ୍ୟକ - Partition Horrors Remembrance Day

ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଉଦଘାଟନ କରି ଫଟୋଚିତ୍ର ପଦର୍ଶନୀକୁ ବୁଲି ଦେଖିଥିଲେ । କିଭଳି ଇଂରେଜ ଶାସନରୁ ସ୍ୱାଧୀନତାର ଦିନକ ପୂର୍ବରୁ ଅଖଣ୍ଡ ଭାରତକୁ ଖଣ୍ଡ ବିଖଣ୍ଡିତ କରି ଦିଆଗଲା ସେ ଉପରେ ନିଜ ବାର୍ତ୍ତା ରଖିଥିଲେ ବାଚସ୍ପତି । ସେହିଭଳି ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭୁବନେଶ୍ୱରର ନିର୍ଦେଶକ ଡକ୍ଟର ଗିରିଶ ଦାସ, ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ଅଧକ୍ଷ ଡକ୍ଟର ସଂଯୁକ୍ତା ମିଶ୍ର, କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଓ ସିଫା କୌଶଲ୍ୟାଗଙ୍ଗର ସଦସ୍ୟ ଓ ବହୁ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.