ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ମେଡାଲ, ବାଲୁକା କଳାରେ ଶୁଟର ମନୁଙ୍କୁ ଶୁଭେଚ୍ଛା - Sand Art For Olympian Manu Bhaker

By ETV Bharat Sports Team

Published : Jul 28, 2024, 8:40 PM IST

thumbnail
ବାଲୁକା କଳାରେ ଶୁଟର ମନୁଙ୍କୁ ଶୁଭେଚ୍ଛା (ETV Bharat Odisha)

ପୁରୀ: ପ୍ୟାରିସ ଅଲମ୍ପିକ୍ସ 2024ରେ ଭାରତ ପାଇଁ ପ୍ରଥମ ମେଡାଲ ଆଣିଛନ୍ତି ମହିଳା ଶୁଟର ମନୁ ଭାକର । ଯାହାକୁ ନେଇ ସାରା ଦେଶରେ ଆନନ୍ଦର ଲହରୀ ଖେଳିଯାଇଛି । ଦେଶ ପାଇଁ ମନୁ ଗୌରବ ଆଣିଥିବାରୁ ସାରା ଦେଶବାସୀ ମନୁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହି ଅବସରରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏକ ସୁନ୍ଦର ବାଲୁକା ଚିତ୍ରକଳା ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ବେଳାଭୂମିର ନିଳାଦ୍ରୀ ବିଚ୍‌ରେ ସୁଦର୍ଶନ ଏକ ବିଶାଳ ବାଲୁକା କଳା ନିର୍ମାଣ କରିଛନ୍ତି ।  

ଏହା ବି ପଢନ୍ତୁ- ପ୍ୟାରିସରୁ ଆସିଲା ପ୍ରଥମ ମେଡାଲ; ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ଜିତିଲେ ମନୁ ଭାକର

ବାଲୁକା ଚିତ୍ରକଳାରେ 10 ଫୁଟ୍ ଲମ୍ବର ଏକ ରାଇଫଲ୍, ମନୁଙ୍କ ପ୍ରତିକୃତି, ଅଲମ୍ପିକ୍ସ ମେଡାଲ ଓ ତ୍ରିରଙ୍ଗାର ପ୍ରତିକୃତିକୁ ସୁଦର୍ଶନ ଚିତ୍ରକଳାରେ ସ୍ଥାନ ଦେଇଛନ୍ତି । ଏନେଇ ସୁଦର୍ଶନ କହିଛନ୍ତି, "ମନୁଙ୍କୁ ତାଙ୍କ ସଫଳତା ପାଇଁ ଅନେକ ଶୁଭେଚ୍ଛା । ଏଥିସହିତ ଭାରତରୁ ଯାଇଥବା ଅନ୍ୟ ଖେଳାଳିମାନେ ମଧ୍ୟ ଭଲ ପ୍ରଦର୍ଶନ କରି ଅଧିକ ମେଡାଲ ଆଣି ଦେଶର ଗୌରବ ଆଣନ୍ତୁ ।" ସୂଚନା ଥାଉ କି 10 ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ମନୁ ଭାକର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ମନୁ ଭାକର ଏହି କୀର୍ତ୍ତିମାନ ହାସଲ କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.