thumbnail

ଶିକ୍ଷୟିତ୍ରୀ ନିଯୁକ୍ତିକୁ ବିରୋଧ, ସ୍କୁଲକୁ ଆସିଲେନି ପିଲା - protest over teacher recruitment

By ETV Bharat Odisha Team

Published : Jul 25, 2024, 11:07 PM IST

ନିଆଳି: ଶିକ୍ଷୟତ୍ରୀ ନିଯୁକ୍ତିକୁ ବିରୋଧ । ସ୍କୁଲକୁ ଆସିଲେ ନାହିଁ ପିଲା, ଶିକ୍ଷା କମିଟି ଓ ଅଭିଭାବକଙ୍କ ପକ୍ଷରୁ ସ୍କୁଲ ସମ୍ମୁଖରେ ବିକ୍ଷୋଭ । ଜଣେ ଶିକ୍ଷୟିତ୍ରୀ ନିଯୁକ୍ତିକୁ ନେଇ ସ୍କୁଲ ପରିସରରେ ଦେଖା ଦେଇଛି ବିରୋଧ । ଏମିତି କି ଅଭିଭାବକଙ୍କ ପକ୍ଷରୁ ପିଲାମାନଙ୍କୁ ସ୍କୁଲକୁ ଛାଡି ନଥିବା ନେଇ ଅଭିଯୋଗ ହୋଇଛି । ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବସି ବସି ଶେଷରେ ଘରକୁ ଫେରିଛନ୍ତି । ଏ ସମ୍ପର୍କରେ ଅଭିଭାବକ ଓ ଶିକ୍ଷା କମିଟି ପକ୍ଷରୁ ଲିଖିତ ଭାବରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ସୂଚନା ମିଳିଛି । 

ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ମଉଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷୟତ୍ରୀ ନିଯୁକ୍ତିକୁ ନେଇ ଗତ ତିନିଦିନ ଧରି ବିରୋଧ ଦେଖିବାକୁ ମିିଳିଛି । ସ୍କୁଲ କମିଟି ଓ ଅଭିଭାବକ ମାନଙ୍କ ପକ୍ଷରୁ ସମ୍ପୃକ୍ତ ଶିକ୍ଷକତ୍ରୀଙ୍କୁ ବିରୋଧ କରିଛନ୍ତି । ଏନେଇ କଣ୍ଟାପଡ଼ା ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ଅଟଳ ରହିଥିବା ଅଭିଭାବକମାନଙ୍କ ପକ୍ଷରୁ ନିଜ ପିଲାମାନଙ୍କୁ ସ୍କୁଲକୁ ଛାଡି ନଥିବା କାରଣରୁ ଶିକ୍ଷକମାନେ ବସି ବସି ଶେଷରେ ଘରକୁ ଫେରିଥିବା ସୂଚନା ମିଳିଛି ।

ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଦାସ କହିଛନ୍ତି ଯେ, ମଉଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ତିନି ଜଣ ଶିକ୍ଷକ ଅଛନ୍ତି । ଆଉ ଜଣେ ଶିକ୍ଷୟିତ୍ରୀ ନିଯୁକ୍ତିକୁ ନେଇ ସ୍କୁଲ କମିଟି ଓ ଅଭିଭାବକ ବିରୋଧ କରିଛନ୍ତି । ଯାହା ଦ୍ବାରା କି ଛାତ୍ରଛାତ୍ରୀମାନଙ୍କୁ ସ୍କୁଲକୁ ଛାଡୁ ନାହାଁନ୍ତି । ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ବୋଲି କହିଛନ୍ତି । ସେହିପରି ନବ ନିଯୁକ୍ତ ଶିକ୍ଷୟିତ୍ରୀ ରଞ୍ଜୁବାଳା ଖଟେଇ ସବୁ ଘଟଣାକୁ ଖଣ୍ତନ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ ....ନକଲି ଶିକ୍ଷକଙ୍କ ହବ୍ ପାଲଟିଛି ବରଗଡ଼ ! ଧରାପଡିଲେଣି ୪୦ - FAKE TEACHER 

ସେପଟେ ସ୍କୁଲ୍ କମିଟି ଓ ଅଭିଭାବକ ମାନେ ସମ୍ପୃକ୍ତ ଶିକ୍ଷୟତ୍ରୀ ନିଯୁକ୍ତିକୁ ବିରୋଧ କରିବା ସହିତ ଏଠାରୁ ସେହି ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ଦାବି କରିଛନ୍ତି । ନଚେତ୍ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । 

ଇଟିଭି ଭାରତ, ନିଆଳି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.