ପ୍ରକାଶ ପାଇଲା ଓଷ୍ଟା ଟେଷ୍ଟ ପେପର୍ସ, ଜୁନ୍‌ ୨୮ରୁ ବଜାରରେ ଉପଲବ୍ଧ - OSSTA Releases Test Paper - OSSTA RELEASES TEST PAPER

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 26, 2024, 8:34 PM IST

OSSTA Releases Test Paper: କଟକ: ଓଷ୍ଟା ଜାରି କଲା ଦଶମ ଶ୍ରେଣୀ ଟେଷ୍ଟ ପେପର୍ସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଟେଷ୍ଟ ପେପର୍ସ ବିଷୟରେ କହିଛନ୍ତି ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର୍ ଦାସ । ଆସନ୍ତା ୨୦୨୫ ମସିହା ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନୂତନ ମୂଲ୍ୟାୟନ ବ୍ୟବସ୍ଥାକୁ ଆଧାରକରି ‘ଓଷ୍ଟା ଟେଷ୍ଟ ପେପର୍ସ’ ପ୍ରସ୍ତୁତ କରାଯାଇଛି । ବୋର୍ଡ ପକ୍ଷରୁ ବର୍ଷକୁ ଚାରୋଟି ଆସେସ ମେଣ୍ଟ ଇଣ୍ଟର ନାଲ ପରୀକ୍ଷାକୁ ଆଧାର କରି ଅଭିଜ୍ଞ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ଏହି ଟେଷ୍ଟ ପେପର ପ୍ରସ୍ତୁତ କରାଯାଇଛି । ଆସନ୍ତା ଜୁନ 28 ତାରିଖ ଦିନ ଏହି ଟେଷ୍ଟ ପେପର ବଜାରରେ ଉପଲବ୍ଧ ହେବ। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଚଳିତ ବର୍ଷ ବୋର୍ଡର ନିର୍ଦ୍ଧାରିତ ସିଲାବସ ଅନୁଯାୟୀ ଏକ ଅଭିନବ ଉପାୟରେ ଉକ୍ତ ଟେଷ୍ଟ ପେପରକୁ ପ୍ରସ୍ତୁତ କରାଯାଇଛି ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର୍ ଦାସ କହିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ... ପ୍ରକାଶ ପାଇଲା ଯୁକ୍ତ ତିନି କଟ ଅପ ମାର୍କ: କଳା, ବାଣିଜ୍ୟ ଓ ବିଜ୍ଞାନ କଟ୍‌-ଅଫ୍‌ରେ ରେଭେନ୍ସା ଆଗରେ - SAMS Odisha Plus Three Admission

ଦୀର୍ଘ 57 ବର୍ଷ ଧରି ଓଷ୍ଟା ପକ୍ଷରୁ ଟେଷ୍ଟ ପେପର ପ୍ରକାଶିତ ହୋଇ ଆସୁଛି । ସାରା ରାଜ୍ୟବାସୀ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକ ମାନେ ଏହି ଟେଷ୍ଟ ପେପର ପାଇଁ ଅପେକ୍ଷା କରିଥାନ୍ତି ବୋଲି ରଞ୍ଜନ କହିଛନ୍ତି । ଓଷ୍ଟା କେବଳ ଶିକ୍ଷକ ମାନଙ୍କର ସମସ୍ୟା ସମାଧାନ ସମ୍ପର୍କରେ କାର୍ଯ୍ୟ କରି ନଥାଏ, ରାଜ୍ୟର ଶିକ୍ଷା ବ୍ୟବସ୍ଥା ଏବଂ ଛାତ୍ରଛାତ୍ରୀ ମାନଙ୍କର ଉତ୍ତମ ଭବିଷ୍ୟତ ପାଇଁ ସଂଘ ଚିନ୍ତା କରିଥାଏ । ଚଳିତ ବର୍ଷ ବୋର୍ଡ ପରୀକ୍ଷା ଏବଂ ମୂଲ୍ୟାୟନ ବ୍ୟବସ୍ଥା ବିଷୟରେ ବୋର୍ଡ ପକ୍ଷରୁ ଯେଉଁ ସବୁ ପଦ୍ଧତି ପ୍ରକାଶିତ ହୋଇଛି ସେଥି ମଧ୍ୟରୁ ଯେଉଁ ସବୁ ବ୍ୟବସ୍ଥା ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ପାଇଁ ଦରକାର ହେବ ନାହିଁ ,ସେ ସମସ୍ତ ବିଷୟ ଉପରେ ସଂଶୋଧନ ପାଇଁ ବୋର୍ଡ ଏବଂ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.