ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିରେ ନବାଗତ ଏମବିଏ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା - New MBA Students Welcome Ceremony

By ETV Bharat Odisha Team

Published : Jul 5, 2024, 2:11 PM IST

thumbnail
ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିରେ ନବାଗତ ଏମବିଏ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା (ETV Bharat Odisha)

ଭୁବନେଶ୍ୱର: ରାଜଧାନୀ ସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ ଏମବିଏ (୨୦୨୪-୨୬) ବ୍ୟାଚର ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ କରାଯାଇଛି । ଏହି ସମ୍ୱର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବରେ ଆଦାନୀ ପୋର୍ଟସ ଆଣ୍ଡ୍ ସ୍ପେସିଆଲ ଇକୋନୋମିକ ଜୋନ ତଥା ବିଜିନେସ ଡେଭଲପମେଣ୍ଟ ପ୍ରେସିଡେଣ୍ଟ ସୁବ୍ରତ ତ୍ରିପାଠୀ ଯୋଗ ଦେଇଥିଲେ । ଏହି ସମୟରେ ସେ ଭାରତର ପ୍ରାଚୀନ ଜ୍ଞାନ ଉପରେ ଗୁରୁତ୍ୱୋରୋପ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ସଫଳ ହୋଇ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଥିଲେ । ସେହିପରି ବିଜିୟୁ କୁଳପତି ପ୍ରଫେସର ପି ପି.ମାଥୁର ବ୍ୟକ୍ତିଗତ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏଥିସହ ସେ ବିଜିୟୁ ଉପରେ ଭରସା ରଖିଥିବାରୁ ସମସ୍ତ ଅଭିଭାବକଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ । ସେହିପରି ଏହି ସମୟରେ ଯୋଗ ଦେଇଥିବା ଅନେକ ବରିଷ୍ଠ ବ୍ୟକ୍ତି ମଧ୍ୟ ଏମବିଏ ପାଠ୍ୟକ୍ରମ ନେଇ ଆଲୋକପାତ କରିବା ସହ ଠିକ ସମୟରେ ଠିକ କାର୍ଯ୍ୟ କରିବା ପାଇଁ ଛାତ୍ରଛାତ୍ରୀଙ୍କ ପରାମର୍ଶ ଦେଇଥିଲେ ।  

ଏହା ମଧ୍ୟ ପଢନ୍ତୁ: ଯୁକ୍ତ ଦୁଇ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.