thumbnail

By ETV Bharat Odisha Team

Published : Apr 1, 2024, 4:44 PM IST

ETV Bharat / Videos

ଖୋର୍ଦ୍ଧାରେ ୮୯ତମ ପ୍ରତିଷ୍ଠା ଦିବସ ପାଳନ କଲା ଓଡିଶା ପୋଲିସ - ODISHA POLICE

89th Odisha Police Formation Day: ଖୋର୍ଦ୍ଧା: ଆଜି ସାରା ରାଜ୍ୟରେ ପାଳନ ହେଉଛି ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ । ଆଜିର ଦିନରେ ୧୯୩୬ ମସିହାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମୟରେ ଆଇନ ଶୃଙ୍ଖଳାରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ଗଠିତ ହୋଇଥିଲା ପୋଲିସ ବିଭାଗ । ସେହି ଦିନଠାରୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଛି ପୋଲିସ ବିଭାଗ । ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ପ୍ରତିଷ୍ଠା ହୋଇଥିଲା । ସେବା ଯୋଗାଇବା ସହିତ ସମାଜରେ ନିରପେକ୍ଷତା ଏବଂ ସୁରକ୍ଷା ପ୍ରଦାନରେ ପୋଲିସ ବାହିନୀ ଗୁରୁଦାୟିତ୍ବ ତୁଲାଉଛି । ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ । ଜନସାଧାରଣଙ୍କ ସହଯୋଗରେ ପୋଲିସର ଦକ୍ଷତା ଓ ମନବଳ ବୃଦ୍ଧି ହୋଇଥାଏ ।  

ଏହା ମଧ୍ୟ ପଢନ୍ତୁ ... ଉତ୍କଳ ଦିବସ ଉପଲକ୍ଷେ ମୁକ୍ତିଲାଭ କଲା 'ଭାଷା ସଙ୍ଗୀତ' - UTKAL DIVAS

ସେହିପରି ଆଜି ଖୋର୍ଦ୍ଧା ପୋଲିସ ପକ୍ଷରୁ ୮୯ ତମ ପ୍ରତିଷ୍ଠା ଉତ୍ସବ ତରତୁଆ ସ୍ଥିତ ରିଜର୍ଭ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଜିଲା ଆରକ୍ଷୀ ଅଧିକ୍ଷକ ବି ଯୁଗଳ କିଶୋର ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରି କହିଥିଲେଯେ, " ଉତ୍କଳ ଦିବସ ସମଗ୍ର ଓଡିଶା ପାଇଁ ଗୌରବର ଦିବସ । ଗଣତାନ୍ତ୍ରିକ ରାଷ୍ଟ୍ର ଆଇନଶୃଙ୍ଖଳା ଦିଗରେ ପୋଲିସ ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ପ୍ରତିବଦ୍ଧତା, ନିଷ୍ଠା ପରିଶ୍ରମ ଦ୍ବାରା ନିଜ ପ୍ରତିଷ୍ଠା ବଜାୟ ରଖିଛି ।" ଏହି ଅବସରରେ ଏସଆଇ ପ୍ରସନ୍ନ ଜେନା, ଏଏସ୍ଆଇ ସୁବାସ ଚନ୍ଦ୍ର ନାୟକ, ଏପିଆର ସଞ୍ଜୟ ଦାସ, ଅର୍ଜୁନ ସେଠୀ, କନେଷ୍ଟବଳ ଗୀତାଞ୍ଜଳି ବେହେରା, ଟ୍ରାଫିକ କନେଷ୍ଟବଳ ବାବୁଲି ବେହେରାଙ୍କୁ ଉତ୍କୃଷ୍ଟ ସେବା ପାଇଁ ଏସପି ଅର୍ଥରାଶି, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅତିରିକ୍ତ ଏସପି ସୁରେନ୍ଦ୍ର ନାଥ ମୁମ୍ମୁ, ଶ୍ରୀନିବାସ ମହାନ୍ତିଙ୍କ ସମେତ ସମସ୍ତ ଥାନାଧିକାରୀ ପୂର୍ବତନ ସେନା ଓ ପୋଲିସ ନିବୃତ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.