ବଲାଙ୍ଗୀରରେ ଆଗୁଆ ବିଜେପି, ପଛରେ ପଡିଲା ବିଜେଡି - Odisha Lok Sabha Election Results 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 4, 2024, 4:26 PM IST

ବଲାଙ୍ଗୀର: ଜିଲ୍ଲାରେ ଭୋଟ ଗଣତି ଜାରି ରହିଛି । କଡା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ ଗଣତି । ସେପଟେ ବିଜେପି ସପକ୍ଷରେ ଆସୁଥିବା ଟ୍ରେଣ୍ଡକୁ ନେଇ ଉତ୍ସାହିତ ବିଜେପି ନେତା ଏବଂ ଏଥର ଓଡ଼ିଶାରେ ପରିବର୍ତ୍ତନ ସହ ଡବଲ ଇଞ୍ଜିନ ସରକାର ନିହାତି ହେବ ବୋଲି ମତବ୍ୟକ୍ତ କରିଛନ୍ତି ବିଜେପି ନେତା । ବଲାଙ୍ଗୀର ଲର୍କି ପାଲି ସ୍ଥିତି ଆଇଟିଆଇ କଲେଜରେ ବଲାଙ୍ଗୀର ଓ ଲୋଇସିଂହା, ପାଟଣାଗଡ଼ ଜବାହାର କଲେଜରେ ପାଟଣାଗଡ଼, ଟିଟିଲାଗଡରେ ଟିଟିଲାଗଡ ଓ କଣ୍ଟାବାଞ୍ଜି ବିଧାନସଭା ଓ ସଂସଦୀୟ ଭୋଟ ଗଣତି ଜାରି ରହିଛି । ତେବେ ବଲାଙ୍ଗୀରରେ ଭୋଟ ଗଣତି ବିଳମ୍ବରେ ଭୋଟ ଗଣତି ଜାରି ରହିଛି । ତେବେ ପାଟଣାଗଡ଼, ଟିଟିଲାଗଡ ଓ ଲୋଇସିଂହାର ବିଜେପି ପ୍ରାର୍ଥୀ ବହୁ ଆଗରେ ରହିଛନ୍ତି । ସେହିପରି କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ହଜାର ଭୋଟରେ ଆଗୁଆ ଅଛନ୍ତି । 

ତେବେ ଏଠି ତାଙ୍କ ବିଜେପି ପ୍ରତିଦ୍ବନ୍ଦ୍ବୀ ଲକ୍ଷ୍ମଣ ବାଗ ସହ କଡା ଟକ୍କର ଜାରି ରହିଛି । ସେହିପରି ବଲାଙ୍ଗୀରରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଜାରି ରହିଛି । ସେପଟେ ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥିନୀ ସଂଗୀତା କୁମାରୀ ସିଂହଦେଓ ୭୨ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ତେବେ ବିଜେପି ସପକ୍ଷରେ ଏଠି ଟ୍ରେଣ୍ଟ ଆସୁଥିବା ବେଳେ ବିଜେପି ନେତାଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ସେପଟେ ଲୋଇସିଂହା ବିଜେପି ପ୍ରାର୍ଥୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଏଥର ଲୋକ ପରିବର୍ତ୍ତନ ଚାହିଁ ଭୋଟ ଦେଇଥିଲେ । ଏଥର ବିଜେପି ଏଠି ସଫଳ ହେବା ସହ ଆଗକୁ ଡବଲ ଇଞ୍ଜିନ ସରକାର ଏଠି ନିହାତି ହେବ ବୋଲି ସେ କହିଛନ୍ତି ।


ଏହା ମଧ୍ୟ ପଢନ୍ତୁ: ବୌଦ୍ଧର ଉଭୟ ନିର୍ବାଚନ ମଣ୍ଡଳୀରେ ଗଣତି ପ୍ରାରମ୍ଭରେ ବିଜେପି ପ୍ରାର୍ଥୀ ଆଗୁଆ

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.