ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଆଇନମନ୍ତ୍ରୀ, ରତ୍ନଭଣ୍ଡାରକୁ ନେଇ କହିଲେ ଏମିତି - Bahuda Yatra 2024

By ETV Bharat Odisha Team

Published : Jul 15, 2024, 5:59 PM IST

thumbnail
Law Minister Prithviraj Harichandan (ETV Bharat Odisha)

Law Minister Prithviraj Harichandan: ପୁରୀ: ଆଜି ମହାବାହୁଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହି ଅବସରରେ ରଥଯାତ୍ରାରେ ଯୋଗ ଦେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । 

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ମହାପ୍ରଭୁଙ୍କ ଇଚ୍ଛାରେ ସଫଳ ଭାବେ ରଥଯାତ୍ରା ଅନୁଷ୍ଠିତ ହେଉଛି । ଆମେ ସମସ୍ତେ ଏକ ମାଧ୍ୟମ । ଆଜି ଶୃଙ୍ଗଳିତ ଭାବରେ ରଥଟଣା ଆରମ୍ଭ ହୋଇଛି । ଏଥିରେ ସମସ୍ତଙ୍କ ସହଯୋଗ ରହିଛି । କିନ୍ତୁ ପ୍ରଭୁ ତାଙ୍କର ନିଜର ଲୀଳାକୁ ନିଜେ ପ୍ରକାଶ କରୁଛନ୍ତି । ମହାପ୍ରଭୁଙ୍କ କୃପାରୁ ରତ୍ନଭଣ୍ଡାର ଖୋଲାଯାଇଛି । ଖୁବଶୀଘ୍ର ରତ୍ନ ଅଳଙ୍କାର ଗଣତି ଓ ରତ୍ନଭଣ୍ଡାରର ମରାମତି କରାଯିବ । ରତ୍ନଭଣ୍ଡାର ଚାବି ହଜିବା ନେଇ ପୂର୍ବ ସରକାର୍ ଯେଉଁ ତଥ୍ୟ ଦେଇଥିଲେ ସେ ବିଷୟରେ ମଧ୍ୟ ଆଗାମୀ ଦିନରେ ତଦନ୍ତ ହେବ । ବର୍ତ୍ତମାନ ପ୍ରାଥମିକତା ହେଉଛି ଗଣତି ମଣତି । ସାପ ଶବ୍ଦ ଶୁଣାଯିବା ଏକ ଗପ କପଳକଳ୍ପିତ କଥା । 

ଏହା ମଧ୍ୟ ପଢ଼ନ୍ତୁ...୩ ରଥରେ ସରିଲା ଛେରାପହଁରା, ଶ୍ରୀମନ୍ଦିର ଅଭିମୁଖେ ଗଡିଲା ରଥ - Chhera Pahanra Ritual

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.