thumbnail

ରସଗୋଲା ଦିବସ ପାଳୁଛନ୍ତି ପାହାଳ ବ୍ୟବସାୟୀ, ଗ୍ରାହକ ବଖାଣୁଛନ୍ତି ରସଗୋଲା ଓ ବଡ଼ଠାକୁରଙ୍କ ସମ୍ପର୍କର କାହାଣୀ - Rasagola Divas

By ETV Bharat Odisha Team

Published : Jul 19, 2024, 2:31 PM IST

Rasagola Divas celebrated in Odisha  ଭୁବନେଶ୍ବର: ଆଜି ହେଉଛି ରସଗୋଲା ଦିବସ । ଯାହା ଆମ ସଂସ୍କୃତି ପରମ୍ପରା ଓ ବଡ ଠାକୁରଙ୍କ ସହ ଜଡିତ । ଯାହା ଓଡ଼ିଆ ଜାତିର ପରିଚୟ । ଏହା କେବଳ ମିଠା ନୁହେଁ ପ୍ରତି ଓଡ଼ିଆଙ୍କ ଭାବନା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ। ଏହି ଅବସରରେ ପାହାଳ ରସଗୋଲା ବ୍ୟବସାୟୀ ପାଳୁଛନ୍ତି ରସଗୋଲା ଦିବସ । କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ରଥଯାତ୍ରାରେ ଜନ୍ମବେଦୀରେ ଲୀଳାଖେଳା ସାରି ଘରକୁ ବାହୁଡ଼ିବା ବେଳେ ଲକ୍ଷ୍ମୀ ଦେବୀଙ୍କ ମାନଭଞ୍ଜନ ପାଇଁ ଏହି ରସଗୋଲା ଦେଇଥାନ୍ତି । କେଉଁ ଯୁଗରୁ ଏହି ପରମ୍ପରା ଚାଲିଆସୁଛି । ରସଗୋଲା ମିଠା ମାନଙ୍କର ରାଜା ହୋଇଥିବା ବେଳେ କାଳିଆ ରାଜାଙ୍କର ତାହା ବେଶ ପ୍ରିୟ ହୋଇଥାଏ । ଜଗନ୍ନାଥ ଓ ଲକ୍ଷ୍ମୀମାଆଙ୍କ ଭିତରେ ବୁଝାମଣାର ବାହକ ଓ ପ୍ରେମର ପ୍ରତୀକ ହୋଇ ରସଗୋଲା ରହିଥିବା ବେଳେ ନୀଳାଦ୍ରି ବିଜେକୁ ରସଗୋଲା ଦିବସ ଭାବେ ପାଳନ କରାଯାଇଥାଏ । 

ଏହାମଧ୍ୟ ପଢନ୍ତୁ.. ଆଜି ରସଗୋଲା ଦିବସ, ଜଗନ୍ନାଥ ସଂସ୍କୃତି ସହ କଣ ସମ୍ପର୍କ ? ‘ଓଡିଶା ରସଗୋଲା’କୁ ମିଳିଛି GI ମାନ୍ୟତା, ସୋସିଆଲ ମିଡିଆରେ ଉତ୍ସାହ - Rasagola Dibasa

ରସଗୋଲା ଓ ଜଗନ୍ନାଥଙ୍କ ସମ୍ପର୍କ କେଉଁ ଆଦିମ କାଳରୁ ରହିଥିବା ବେଳେ ଏହା ଆଜି ଓଡ଼ିଶାର ପରିଚୟ ପାଲଟିଛି । ଖାଲି ଶ୍ରୀମନ୍ଦିର ନୁହେଁ ଓଡ଼ିଶାର ବିଭିନ ସ୍ଥାନରେ ଏହି ଦିବସ ପାଳନ କରାଯାଉଥିବା ବେଳେ ପାହାଳ ରସଗୋଲା ବ୍ୟବସାୟୀ ମଧ୍ୟ ଏହି ଦିବସ ପାଳିଛନ୍ତି । ପାହାଳରେ ସ୍ୱତନ୍ତ୍ର ମିଠାର ବ୍ୟବସ୍ଥା ହୋଇଛି । ଏହି ଅବସରରେ ଦୋକାନଗୁଡିକୁ ସଜ୍ଜା ଯାଇଛି । ଗ୍ରାହକମାନେ ମଧ୍ୟ ରସଗୋଲା ଦିବସରେ ରସଗୋଲା କିଣି ଆଜିର ଦିବସକୁ ପାଳନ କରୁଛନ୍ତି । 

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.