ବାଲେଶ୍ବରରେ ପାଣ୍ଡିଆନଙ୍କ ପ୍ରଚାର, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ - VK Pandian Road Show

By ETV Bharat Odisha Team

Published : May 28, 2024, 11:01 PM IST

thumbnail
ବାଲେଶ୍ବରରେ ପାଣ୍ଡିଆନଙ୍କ ପ୍ରଚାର (ETV Bharat Odisha)

VK Pandian Election Campaign: ବାଲେଶ୍ବର: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରମୁଖ ଦଳମାନେ ଜୋରଦାର ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଆଜି ବାଲେଶ୍ବର ସହରରେ ରୋଡ଼ ସୋ' କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ସହରର ଡିଆଇସି ଛକ ବିଜୁ ପଟ୍ଟନାୟକ ସ୍ମୃତି ପାଖରୁ ପ୍ରଥମେ ରୋଡ଼ ସୋ' ଆରମ୍ଭ ହୋଇ ଫକୀର ମୋହନ ଗୋଲେଇ ଦେଇ ଫାଣ୍ଡିଛକ ଏବଂ ସିନେମା ଛକ ହୋଇ ଗଡଗଡ଼ିଆରେ ସୋ' ଶେଷ ହୋଇଥିଲା । ଏହାରି ଭିତରେ ବାଇକ ରାଲି ସାଙ୍ଗକୁ ବାଦ୍ୟର ତାଳେତାଳେ କର୍ମୀମାନେ ଶୋଭାଯାତ୍ରା କରିଥିବା ଦେଖିବାକୁ ମିଳିଥିଲା । ପାଣ୍ଡିଆନଙ୍କ ସାଙ୍ଗରେ ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ରହି ଭୋଟ ଭିକ୍ଷା କରିଥିଲେ । 

ଏହା ମଧ୍ୟ ପଢ଼ନ୍ତୁ...ମୋ ହାତକୁ ନେଇ ଆଲୋଚନା ବିଜେପି ପାଇଁ ଫଳପ୍ରଦ ହେବନି: ମୁଖ୍ୟମନ୍ତ୍ରୀ

ପାଣ୍ଡିଆନଙ୍କ ରୋଡ଼ ସୋ' ପରେ କର୍ମୀ ଓ ନେତାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଷଷ୍ଠଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆହ୍ୱାନ ଦିଆଯାଇଛି । ପାଣ୍ଡିଆନଙ୍କ ଗସ୍ତରେ କର୍ମୀମାନେ ଅଧିକ ଉତ୍ସାହିତ ହେବାସହ ଚଳିତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ଏବଂ ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଜିତିବା ନେଇ ଆଶାବାଦୀ ଥିବା ଦେଖିବାକୁ ମିଳିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ଵରରେ ନିଜ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଆସୁଥିବା ବେଳେ ଏହା କୌଣସି ପ୍ରଭାବ ପକାଇବ ନାହିଁ ବରଂ ଲୋକଙ୍କ ମନରେ ନବୀନ ପଟ୍ଟନାୟକ ରହିଛନ୍ତି ଓ ରହିଥିବେ ବୋଲି 18ନଂ ୱାର୍ଡର କାଉନସିଲର ଅର୍ପିତା ପ୍ରିୟଦର୍ଶନୀ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.