କେନ୍ଦ୍ରାପଡାରେ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ, ଉପକୃତ ହେବେ 5ଟି ୱାର୍ଡର ଅଧିବାସୀ

By ETV Bharat Odisha Team

Published : Mar 1, 2024, 10:17 AM IST

thumbnail

Drinking Water Project: କେନ୍ଦ୍ରାପଡା: ଜଳ ସମସ୍ୟାରୁ ମୁକ୍ତି ପାଇବେ କେନ୍ଦ୍ରାପଡାବାସୀ । କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ 5ଟି ୱାର୍ଡର ଅଧିବାସୀଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୌରସଂସ୍ଥା ଟାଉନହଲ ପରିସରରେ 5T ରୂପାନ୍ତରଣ କାର୍ଯ୍ୟକ୍ରମ ଅଧାରରେ ମୁଖ୍ୟମନ୍ତ୍ରୀ ଭିସି ଜରିଆରେ ବିଭିନ୍ନ ସୁବିଧା ଓ ସେବା ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ କରିଥିଲେ । ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ 36.82 ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି । କେନ୍ଦ୍ରାପଡା ସହରର ୫ଟି ୱାର୍ଡର ୧୯୮୦ ପରିବାରର ୧୭ ହଜାର ଲୋକଙ୍କ ସମେତ ଭବିଷ୍ୟତରେ ଏହି ପ୍ରକଳ୍ପରୁ ୩୬ ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁ,ଉପାଧ୍ୟକ୍ଷା ଆକବରୀ ଖାତୁନ, କାଉନସିଲର ରଶ୍ମିତା ସିଂହ, ସ୍ମୃତିରେଖା ଶତପଥୀ, ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ପଢନ୍ତୁ-ପିଇବାପାଣି ପାଇଁ ଗ୍ରାମବାସୀ ଡହଳବିକଳ, ଗାଁରେ ନାହିଁ ମୌଳିକ ସୁବିଧା

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.