ପ୍ରଥମ ଥର ବିଜୟ ସ୍ବାଦ ଚାଖିଲେ ପ୍ରଭାତୀ, ନିମାପଡ଼ାରେ ପାଳିଲେ ଉତ୍ସବ - BJP Celebrates In Nimapara

By ETV Bharat Odisha Team

Published : Jun 7, 2024, 9:15 PM IST

thumbnail
ବିଜୟ ଉତ୍ସବ ପାଳିଲେ ପ୍ରଭାତୀ ପରିଡ଼ା (ETV Bharat Odisha)

Nimapara Assembly BJP: ନିମାପଡ଼ା: ରାଜ୍ୟରେ ମତଦାନର ଫଳାଫଳ ଘୋଷଣା ହୋଇଛି । ତେବେ ଫଳାଫଳ ଘୋଷଣା ପରେ ପୁରୀ ଜିଲ୍ଲାର ଚର୍ଚ୍ଚିତ ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବରେ ନିର୍ବାଚିତ ହୋଇଛନ୍ତି ବିଜେପିର ପ୍ରଭାତୀ ପରିଡ଼ା । ତିନି ତିନି ଥର ନିର୍ବାଚନରେ ହାରି ପ୍ରଥମ ଥର ପାଇଁ ଚଳିତ ନିର୍ବାଚନରେ ବିଜୟର ସ୍ବାଦ ଚାଖିଛନ୍ତି ପ୍ରଭାତୀ । ତେବେ ନିର୍ବାଚନ ଜିତିବା ପରେ ନିମାପଡା଼ରେ ଉତ୍ସବ ପାଳନ କରିଛି ବିଜେପି । 

ଚଳିତ ନିର୍ବାଚନରେ ନିମାପଡ଼ାର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ରଞ୍ଜନ ଦାଶଙ୍କ ସହାୟତାରେ ନିର୍ବାଚନ ଲଢି ବିଜୟ ମୁକୁଟ ପିନ୍ଧିଛନ୍ତି ପ୍ରଭାତୀ । ଆଜି ସମୀରଙ୍କ ହାତ ଧରି ନିମାପଡାରେ ବିଜୟ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ହଜାର ହଜାର ସମର୍ଥକଙ୍କ ଗହଣରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ହରିପୁର ଠାରୁ ବିଜୟ ଶୋଭାଯାତ୍ରା ଆରମ୍ଭ କରି ଗୋପ ବ୍ଲକର ବଣିଆସାହି ପଞ୍ଚାୟତ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି । ଏହାସହ ନିମାପଡ଼ାବାସୀ ବିଜେପି ଉପରେ ଭରସା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଭାତୀ ।
ଏହା ମଧ୍ୟ ପଢ଼ନ୍ତୁ...ନିଆଁରେ ଘିଅ ଢାଳିଲା ‘ଲେଖା ଛିଡାଇ ଦେବା’: ମନସ୍ଥ କରିଥିଲେ ଜନତା, ଖୋରାକ ଯୋଗାଇଲା ଡାଏଲଗ - Lekha Chidei Daba Words Effect
ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.