ରଣପୁରରେ ବିଜେପିର ବିଜୟ, ବିଜେଡି ପ୍ରାର୍ଥୀଙ୍କୁ ହରାଇଲେ ସୁରମା - RANPUR ASSEMBLY SEAT ELECTION RESULTS

By ETV Bharat Odisha Team

Published : Jun 6, 2024, 2:32 PM IST

thumbnail
ELECTION RESULTS (ETV BHARAT ODISHA)

ନୟାଗଡ: ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ବାଜିମାତ । ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନଙ୍କୁ ୧୫୫୪୪ ଭୋଟରେ ଆଗୁଆ ରହି ବିଜୀୟ ହୋଇଛନ୍ତି ଭାତୀୟ ଜନତା ପାର୍ଟିର ସୁରମା ପାଢ଼ୀ । ସେ ନିର୍ବାଚନରେ ମୋଟ ୮୧୪୩୯ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ୬୫୮୯୫ଭୋଟ ପାଇଛନ୍ତି। ସତ୍ୟନାରାୟଣ ପୂର୍ବରୁ ଏହି ଆସନରେ ବିଧାୟକ ଥିବା ବେଳେ ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ରହିଥିଲେ । ସୁରମା ପୂର୍ବରୁ ଓଡ଼ିଶାରେ ମେଣ୍ଟ ସରକାର ଥିବା ସମୟରେ ସମବାୟ ମନ୍ତ୍ରୀ ରହିଥିଲେ l ସୁରମା ତାଙ୍କର ବିଜୟର ଖୁସି ପ୍ରକାଶ କରିଛନ୍ତି ଏବଂ ବିଜୟ ପାଇଁ ସମସ୍ତ ରଣପୁର ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି l ଚଳିତ ନିର୍ବାଚନରେ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ହିଜେପି ମଧ୍ୟରେ କାଣ୍ଟେ କି ଟକ୍କର ହୋଇଥିଲା । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.