thumbnail

By ETV Bharat Odisha Team

Published : May 18, 2024, 6:38 PM IST

ETV Bharat / Videos

ଶେଷ ଦିନରେ ଦିଲ୍ଲୀପଙ୍କ ଜୋରଦାର ପ୍ରଚାର, 'ବିଜେପି ଆସିଲେ ଦୂର ହେବ ମୌଳିକ ସମସ୍ୟା' - Bjp Candidate Dillip Ray

ରାଉରକେଲା: ଆଉ କେଇ ଘଣ୍ଟା ପରେ ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ଗଡ ହାତେଇବା ପାଇଁ ଜୋରସୋରରେ ଲାଗିପଡିଛନ୍ତି ପ୍ରାର୍ଥୀ । ଶେଷ ଦିନକୁ ମଧ୍ୟ ହାତଛଡା କରିନଥିଲେ । ଆଜି ପ୍ରଚାର ଶେଷ ଦିନରେ ରାଉରକେଲା ମହାନଗର ନିଗମ ଅଞ୍ଚଳ ବୁଲି ବୁଲି ପ୍ରଚାର କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ଏହି କ୍ରମରେ ରାଉରକେଲା ଟ୍ରାଫିକ ମାର୍କେଟ ଠାରୁ ଆରମ୍ଭ କରି ଡିଏଭି ଲେନ ଏବଂ ପ୍ଲାଣ୍ଟସାଇଡ଼ ଅଞ୍ଚଳ ବୁଲି ଆଜି ଜୋରଦାର ପ୍ରଚାର କରିଛନ୍ତି । ରାଉରକେଲା ବିଜେପି ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ଆଜି ନିଜ ସମର୍ଥକମାନଙ୍କ ସହ ମିଶି ପଦଯାତ୍ରା ସହ ପ୍ରଚାର କରିଥିଲେ । ତେବେ ରାଲିରେ ବହୁ ସଂଖ୍ୟକ ସମର୍ଥକ ଆସି ଯୋଗ ଦେଇଥିଲେ । 

ତେବେ ଦିଲ୍ଲୀପ ରାୟ କହିଛନ୍ତି, "ଏଥର ନିର୍ବାଚନ ଜିତିବା ପରେ ଲୋକଙ୍କ ମୌଳିକ ସମସ୍ୟା ଦୂର ହେବ ଏବଂ ଯଥା ସମ୍ଭବ ମହାନଗର ନିଗମ ନିର୍ବାଚନ କରାଯିବ । ରାଉରକେଲା ନିର୍ବାଚନ ମଣ୍ଡଳୀର ବିଜେପିର ବିଜୟ ନିଶ୍ଚିତ କରିବା ପାଇଁ ବିଜେପି ବିଧାୟକ ଦିଲ୍ଲୀପ ରାୟ କର୍ମୀଙ୍କ ବିପୁଳ ପ୍ରୟାସ ଜାରି ରହିଛି । ଏଥର ନିଶ୍ଚିତ ଭାବରେ ରାଉରକେଲାରେ ବିଜେପି ବିଜୟୀ ହେବ ।"

ଏହା ମଧ୍ୟ ପଢନ୍ତୁ: ବର୍ଷାରେ ଭିଜି ଭିଜି ଭୋଟ ମାଗିଲେ ବିଜେପି ପ୍ରାର୍ଥୀ - Lok Sabha Election 2024

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.