ପ୍ରଚାର ମୈଦାନରେ ଦୀପାଳି: ଭୋଟରଙ୍କ ପାଦ ଛୁଇଁଲେ, ନାଚିଲେ - Jharsuguda constituency - JHARSUGUDA CONSTITUENCY
🎬 Watch Now: Feature Video
Published : May 8, 2024, 8:20 AM IST
Dipali Das Campaign: ଝାରସୁଗୁଡା: ୨୪ ନିର୍ବାଚନ ପାଇଁ ସମରସଜ୍ଜା ସରିଥିବା ବେଳେ ଏବେ ପ୍ରଚାର ମୈଦାନରେ ପ୍ରାର୍ଥୀ ସେମାନଙ୍କ ବଳ ଦେଖାଇବାରେ ବ୍ୟସ୍ତ । ଏହି କ୍ରମରେ ଝାରସୁଗୁଡା ବିଜେଡି ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସ ମଙ୍ଗଳବାର ଦିନ ନିଜ ନିର୍ବାଚନ ମଣ୍ଡଳୀର କେଲଡାମାଲ ଓ କୁଲିହାମାଲ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ ଯାଇ ବିଶାଳ ଶୋଭାଯାତ୍ରା କରିବା ସହ ଜୋରଦାର ପ୍ରଚାର କରିଛନ୍ତି ।
ଗାଁ ଗାଁ ବୁଲି ବୟସ୍କ ଭୋଟରମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମୁଣ୍ଡିଆ ମାରି ଭୋଟ ଭିକ୍ଷା କରିଛନ୍ତି ଦୀପାଳି । ଏଥିସହ ଯୋଡି ଶଙ୍ଖରେ ଭୋଟ ଦେଇ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ହାଠ ମୁଠାକୁ ଆହୁରି ଟାଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଦୀପାଳି କହିଛନ୍ତି, "ଝାରସୁଗୁଡାବାସୀ ମୋ ପରିବାର । ସେମାନଙ୍କ ଆଶୀର୍ବାଦ ନେଉଛି । ୨୦ ତାରିଖ ଦିନ ତାଙ୍କ ଝିଅ ପରୀକ୍ଷା ଦେବାକୁ ଯାଉଛି । ସମସ୍ତେ ଆଶୀର୍ବାଦ ଦେଉଛନ୍ତି । ଜଣାଉଛନ୍ତି ଯେ ଆଗାମୀ ଦିନରେ ନିଶ୍ଚିତ ଡବଲ ଶଙ୍ଖ ବାଜିବ ।" ଏହି ପ୍ରଚାର ସମୟରେ ହଜାର ହଜାର ସମର୍ଥକ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ପ୍ରଚାର ବେଳେ ଦୀପାଳିଙ୍କୁ ଭୋଟରମାନେ ନଚାଇ ଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ଝାରସୁଗୁଡା