ଶେଷ ପର୍ଯ୍ୟାୟରେ ପ୍ରଚାର, ଭୋଟରଙ୍କ ମନ ଜିଣିବାକୁ ନେତାଙ୍କ ଭରପୁର ଉଦ୍ୟମ - election campaign in Jharsuguda

By ETV Bharat Odisha Team

Published : May 17, 2024, 8:59 PM IST

thumbnail
ଶେଷ ପର୍ଯ୍ୟାୟରେ ପ୍ରଚାର , ଭୋଟରଙ୍କ ମନ ଜିଣିବାକୁ ନେତାଙ୍କ ଭରପୁର ଉଦ୍ୟମ (ETV Bharat Odisha)

ଝାରସୁଗୁଡ଼ା: ଆଉ ତିନି ଦିନ ପରେ ମତଦାନ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯାଇ ରାଜନୈତିକ ଦଳଗୁଡ଼ିକ ଅନ୍ତିମ ଉଦ୍ୟମ ଜାରି କରିଛନ୍ତି । ଆସନ୍ତାକାଲି ସନ୍ଧ୍ୟାରେ ଶେଷ ହେବ ପ୍ରଚାର । ଏହାରି ଭିତରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରି ନିଜକୁ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି । ଆଜି ଝାରସୁଗୁଡ଼ା ବ୍ଳକର ହିର୍ମା ପଞ୍ଚାୟତର ହିର୍ମା ଠାରେ ବିଜେଡ଼ି ପ୍ରାର୍ଥିନୀ ଦୀପାଳି ଦାସ ନିଜ ଶତାଧିକ କର୍ମୀଙ୍କ ସହ ଏକ ବିଶାଳ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଶଙ୍ଖ ଚିହ୍ନକୁ ଭୋଟ ଦେଇ ଝାରସୁଗୁଡ଼ା ବିକାଶକୁ ଆଗେଇ ନେବା ପାଇଁ ଦୀପାଳି ନିବେଦନ କରିଛନ୍ତି । ଏହାସହ କିଛି ଦିନ ତଳେ ହିର୍ମା ଠାରେ ବିଜେପି ପ୍ରଚାର କରୁଥିବା କିଛି ବିଜେଡ଼ି କର୍ମୀଙ୍କୁ ପଥର ମାଡ଼କରି ପ୍ରଚାର ନ କରିବା ପାଇଁ ଧମକ ଦେଇଥିଲେ ।ଏହି ପଥର ମାଡ଼ର ଜବାବ ନିର୍ବାଚନ ଭୋଟର ଉଚିତ୍ ଜବାବ ଦେବେ ବୋଲି ସେ କହିଛନ୍ତି ।  

ସେହିପରି ବିଜେପି ଏବଂ କଂଗ୍ରେସ ମଧ୍ୟ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ଆଜି କଂଗ୍ରେସ ପ୍ରାର୍ଥିନୀ ଅମିତା ବିଶ୍ବାଳ ଝାରସୁଗୁଡ଼ା ପୌରାଞ୍ଚଳର ବିଭିନ୍ନ ୱର୍ଡ ବୁଲି ପ୍ରଚାର ପ୍ରସାର କରିଥିଲେ । କଂଗ୍ରେସ ଏଥର ସରକାରକୁ ଫେରି ଉଭୟ ବିଜେଡି ଓ ବିଜେପିକୁ କଡ଼ା ଜବାବ ଦିଆଯିବ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ କରିବା ହିଁ କଂଗ୍ରେସର ଏକ ମାତ୍ର ଲକ୍ଷ୍ୟ ବୋଲି କହିଥିଲେ ଅମିତା । 

ଏହା ମଧ୍ୟ ପଢନ୍ତୁ.....ଝାରସୁଗୁଡାରେ ଓମ୍ ବିର୍ଲା, ଝାଡେଶ୍ବର ମନ୍ଦିର ଦର୍ଶନ ପରେ ଟଙ୍କଧରଙ୍କ ପାଇଁ ମାଗିଲେ ଭୋଟ - Om Birla In Jharsuguda

ଇଟିଭି ଭାରତ, ଝାରସୁଗୁଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.