ମୌଳିକ ସୁବିଧାରୁ ବଞ୍ଚିତ ଡିମିରିପାଲି ଗ୍ରାମବାସୀ, ଭୋଟ ନଦେବାକୁ ଚେତାବନୀ - villagers boycott election

🎬 Watch Now: Feature Video

thumbnail

By ETV Bharat Odisha Team

Published : May 18, 2024, 2:23 PM IST

ବୌଦ୍ଧ: ଗୋଟିଏ ନିର୍ବାଚନ ଯାଇ ଆଉ ଗୋଟିଏ ନିର୍ବାଚନ ଆସୁଛି କିନ୍ତୁ ପ୍ରତିଶ୍ରୁତି ପୂରଣ ହେଉନାହିଁ । ଫଳରେ ସମସ୍ୟା ଘେରରୁ ମୁକୁଳି ପାରୁନାହିଁ ବାଉଁଶୁଣି ପଞ୍ଚାୟତ । ଏହି ପଞ୍ଚାୟତରେ ରହିଥିବା ଏକ ନମ୍ବର ଓ୍ବାର୍ଡ ଡିମିରିପାଲି ଗ୍ରାମବାସୀ ଜଳ ଯନ୍ତ୍ରଣାରେ ଯୁଝି ହେଉଛନ୍ତି । ଆଦିବାସୀ ବସ୍ତିରେ ପାନୀୟଜଳର ଉତ୍କଟ ସମସ୍ୟା ରହିଥିଲେ ମଧ୍ୟ ଏହାର ସମାଧାନ ଦିଗରେ କେହି ହେଲେ ପଦକ୍ଷେପ ନେଉନାହାନ୍ତି । ସମସ୍ୟାର ସମାଧାନ ନହେଲେ ଚଳିତ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି । ଖାଲି ଜଳ ସମସ୍ୟା ନୁହଁ ସରକାରୀ ଯୋଜନାରେ ଘର ଟିଏ ମଧ୍ୟ ପାଇନାହାନ୍ତି । ଫଳରେ ଅଧିକାଂଶ ଲୋକେ ଜରିପାଲ ତଳେ ଜୀବନ ବିତାଉଛନ୍ତି ।  ବାଉଁଶୁଣି ମୁଖ୍ୟ ରାସ୍ତା ଜାତୀୟ ରାଜପଥ ହୋଇଥିଲେ ମଧ୍ୟ ଏଠାରେ ଆଶ୍ଚର୍ଯ୍ୟର କଥା ଡ୍ରେନେଜ ବ୍ୟବସ୍ଥା ନାହିଁ । ଫଳରେ ଦୀର୍ଘ ବର୍ଷ ହେଲା ଜାତୀୟ ରାଜପଥ ଉପରେ ନର୍ଦମା ପାଣି ବହିବା ସହିତ ଏହି ଅପରିଷ୍କାର ପାଣି ଓ ପାନୀୟଜଳ ପାଇପ ଏକତ୍ରିତ ହୋଇଯାଇଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ନିର୍ବାଚନ ସମୟ ଥିବା ବେଳେ ଏହି ଅଞ୍ଚଳର ଅଧିବାସୀଙ୍କୁ ଶାସକ ଦଳ କେବଳ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ସମସ୍ୟାର ସମାଧାନ ଦିଗରେ ରାଜନୈତିକ ପ୍ରତିନିଧି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ତେଣୁ ଚଳିତ ନିର୍ବାଚନ ପାଇଁ ଭୋଟ ଦେବାକୁ ସ୍ଥାନୀୟ ମହିଳା ମାନେ ଘରୁ ଆଦୌ ବାହାରିବେ ନାହିଁ ବୋଲି ସିଧାସଳଖ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାସ୍ତା ନାହିଁ କି ଭଲ ଘର ନାହିଁ; ଏମାନେ ବଞ୍ଚିବେ କେମିତି ? ଭିଟାମାଟି ଛାଡୁଛନ୍ତି ଗ୍ରାମବାସୀ - Villagers Leaving Homes

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.