ବିରୋଧୀଙ୍କୁ ନବୀନଙ୍କ ଉତ୍ତର; ମୋ ଅପମାନର ଜବାବ ଦେବେ ମହିଳା ଓ ଯୁବ ବର୍ଗ - Naveen Replies Opposition Leader - NAVEEN REPLIES OPPOSITION LEADER
🎬 Watch Now: Feature Video
Published : May 29, 2024, 3:28 PM IST
ଭୁବନେଶ୍ୱର: ଆସନ୍ତା ୧ ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ହୋଇଛି । ଭୋଟରଙ୍କୁ ମନାଇବାକୁ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ଜୋରଦାର କରିଛନ୍ତି । ଏହାରି ମଧ୍ୟରେ ବିଭିନ୍ନ ଦଳ ମଧ୍ୟରେ ଆକ୍ଷେପ ଓ ଆରୋପ ଜୋରଦାର ହେବାରେ ଲାଗିଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦବଦବା ରହିଆସୁଥିବା ବେଲେ ଚଳିତ ଥର ପୁଣି ଗଡ଼ ହାସଲ କରିବାକୁ ଦଳ ଜୋରଦାରରେ ଲାଗିପଡିଥିବା ବେଳେ ସେପଟେ ବିରୋଧି ଦଳ ମଧ୍ୟ ଶାସକ ଦଳକୁ ଟାର୍ଗେଟ କରିଆସୁଛି । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନେଇ ବିରୋଧୀ ଦଳ କଡା ସମାଲୋଚନା ମଧ୍ୟ କରୁଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିଏମ କହିଛନ୍ତି, ବାହାର ନେତା ମାନେ ମୋତେ ବ୍ୟକ୍ତିଗତ ସମାଲୋଚନା ସହ କଟୁ କଥା କହୁଛନ୍ତି । ମୋ ପ୍ରତି ଅସମ୍ମାନର ଉଚିତ ଜବାବ ୧ ତାରିଖ ଭୋଟରେ ମା' ଓ ଯୁବବର୍ଗ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆଜି ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ମୁଁ ମୋ ପରିବାର ବୋଲି ଭାବେ ଓ ସେବା କରି ଆସୁଛି । ସୁଖ ଓ ଦୁଃଖରେ ଜନସାଧାରଣଙ୍କ ସହ ରହି ଆସିଛି । କୋଭିଡ଼ ମୁକାବିଲା ହେଉ ଅବା ବିପର୍ଯ୍ୟୟ ପରିଚାଳନାରେ ମୁଁ ସବୁବେଳେ ଲୋକଙ୍କ ପଛରେ ଛିଡ଼ା ହୋଇଛି । ଜୀବନର ଶେଷ ପର୍ଯ୍ୟନ୍ତ ଛିଡା ହେବି । ମିଶନ ଶକ୍ତିଙ୍କ ସଫଳତା ମୋତେ ବହୁତ ଖୁସି ଦେଇଛି । ଓଡିଶାର ଯୁବ ବର୍ଗ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛନ୍ତି । ଯୁବ ଶକ୍ତି ହିଁ ଓଡିଶାକୁ ଆଗକୁ ନେବ । ଓଡିଶାକୁ ଦେଶର ୧ ନମ୍ବର ହେବ । ଦୁଃଖର କଥା ନିର୍ବାଚନ ସମୟରେ ରାଜ୍ୟ ବାହାରର ନେତା ମୋତେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି । କଟୁ କଥା କହୁଛନ୍ତି । ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି । ମୁଁ କାହାକୁ ଅସମ୍ମାନ କରେ ନାହିଁ କିମ୍ବା କଟୁ କଥା କୁହେନାହିଁ । ମୋ ଅପମାନର ଜବାବ ମହିଳା ଓ ଯୁବ ବର୍ଗ ଦେବେ । ଆସନ୍ତା ୧ ତାରିଖରେ ଭୋଟରେ ଦେବେ । ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ଓଡ଼ିଶାବାସୀଙ୍କ ସାଥୀରେ ରହିଛି ଏବଂ ରହିଥିବ ।
ଏହା ମଧ୍ୟ ପଢନ୍ତୁ: ବାରିପଦାରେ ଗର୍ଜିଲେ ମୋଦି: ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପଛେ ଷଡଯନ୍ତ୍ର, ବିଜେପି ଶାସନକୁ ଆସିଲେ ହେବ ତଦନ୍ତ
ଇଟିଭି ଭାରତ, ଭୁବନେଶ୍ୱର