ଦୁବାଇରେ ଉତ୍କର୍ଷ ଦିବସ ଦିବସ ପାଳିଲେ ପ୍ରବାସୀ ଓଡ଼ିଆ - UTKARSHA DIVAS CELEBRATED IN DUBAI - UTKARSHA DIVAS CELEBRATED IN DUBAI
🎬 Watch Now: Feature Video
Published : May 28, 2024, 7:17 AM IST
ବଲାଙ୍ଗୀର: ଦୁବାଇରେ ରହୁଛନ୍ତି ସତ, କିନ୍ତୁ ଓଡ଼ିଶାରେ ମନ । ଦେଶ ବାହାରେ ରହିଥିଲେ ମଧ୍ୟ ଭୁଲି ନାହାନ୍ତି ନିଜ ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାକୁ । ୟୁଏଇରେ ଥିବା ପ୍ରବାସୀ ଓଡ଼ିଆ ପାଳିଛନ୍ତି ଉତ୍କର୍ଷ ଦିବସ। ଓଡ଼ିଶାର କଳା ସଂସ୍କୃତିରେ ଝୁମିଲା ଦୁବାଇ। ଓଡିଆ ଗୀତ, ଓଡିଶୀ ନୃତ୍ୟରେ ମତୁଆଲା ହେଲେ ସମସ୍ତେ । ପାରମ୍ପରିକ ପୋଷାକ ପିନ୍ଧି ଓଡ଼ିଆ ଖାଦ୍ୟ ପେୟର ମଜା ନେଲେ ପ୍ରବାସୀ ଓଡି଼ଆ । ରୋଜଗାର ପାଇଁ ଦୁବାଇ ଯାଇ ସେଠି ରହୁଥିବା ଲୋକ ନିଜ କଳା ସଂସ୍କୃତିକୁ ବିଶ୍ବ ଦରବାରରେ ପରିଚିତ କରିବା ପାଇଁ ଏପରି ପ୍ରୟାସ ଜାରି ରଖିଛନ୍ତି । ୟୁଏଇରେ ଥିବା ପ୍ରବାସୀ ଓଡ଼ିଆ ପରିବାର ଏକାଠି ହୋଇ ଦୁବାଇ ଆବୁଧାବିରେ ଉତ୍କର୍ଷ ଦିବସ ପାଳନ କରିଛନ୍ତି। ଯେଉଁଥିରେ ଓଡ଼ିଆ ପାରମ୍ପରିକ ପୋଷାକ ପିନ୍ଧି ରାମ୍ପ ୱାକ, ଓଡ଼ିଶୀ, ଛଉ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ଓଡ଼ିଆ କଣ୍ଠ ଶିଳ୍ପୀ ଦୀପ୍ତି ରେଖା ପ୍ରମୁଖଙ୍କ ଓଡ଼ିଆ ଗୀତରେ ଝୁମି ଥିଲେ ଲୋକ। ଏହି କାର୍ଯ୍ୟକ୍ରମରେ ଆରବ ଏମିରେଟ୍ସ ଭାରତୀୟ ରାଜଦୂତ ସଞ୍ଜୟ ସୁଧୀର ସାମିଲ ହୋଇ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ପ୍ରବାସୀ ଓଡ଼ିଆ ଉତ୍କର୍ଷ କାର୍ଯ୍ୟକ୍ରମରେ ଓଡ଼ିଆ କବି ଓ ଗଳ୍ପକାର ମାନେ ତାଙ୍କ ସୁନ୍ଦର କବିତା ଓ ଗଳ୍ପ ମଧ୍ୟ ଶୁଣାଇ ଥିଲେ। ୟୁଏଇରେ ରହୁଥିବା ପ୍ରାୟ ଚାରି ଶହ ଓଡ଼ିଆ ପରିବାର ଏହା କାର୍ଯ୍ୟକ୍ରମରେ ଯୋଗ ଦେଇ ଚାରଚାନ୍ଦ ଲଗାଇଥିଲେ । ଆୟୋଜକ କହିଛନ୍ତି ଯେ, ଏଠାକୁ ଆସୁଥିବା ଓଡ଼ିଆ ଲୋକଙ୍କୁ ଏକାଠି କରିବା ଓ ଓଡ଼ିଆ ସଂସ୍କୃତି ଓ କଳାକୁ ବିଶ୍ବ ସ୍ଥରରେ ପହଞ୍ଚାଇବା ପାଇଁ ଏପରି ଉଦ୍ୟମ ଦୀର୍ଘ ଦଶ ବର୍ଷ ହେଲା ଜାରି ରହିଛି। ପୂର୍ବରୁ ମାତ୍ରା କିଛି ଓଡ଼ିଆ ପରିବାର ସାମିଲ ଥିବା ବେଳେ ଏବେ ଏହାର ସଂଖ୍ୟା ଚାରି ଶହକୁ ପହଞ୍ଚିଛି।
ଏହା ମଧ୍ୟ ପଢନ୍ତୁ-ପୁଣେରେ ଓଡ଼ିଆ ପାଳିଲେ ହସ୍ତତନ୍ତ ଦିବସ, ଓଡି଼ଶା କାରିଗରୀର ପ୍ରଚାର ପ୍ରସାର ଲକ୍ଷ୍ୟ
ଇଟିଭି ଭାରତ, ବଲାଙ୍ଗୀର