ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ପ୍ରଭାତୀ, ଖୁସିରେ ନାଚୁଛି ନିମାପଡ଼ା - Female Deputy CM Pravati Parida

By ETV Bharat Odisha Team

Published : Jun 11, 2024, 10:49 PM IST

thumbnail
Deputy CM Pravati Parida (ETV Bharat Odisha)

Deputy CM Pravati Parida: ନିମାପଡା: ଆସନ୍ତାକାଲି ଓଡିଶାର ରାଜନୀତିରେ ହେବ ନୂଆ ସୂର୍ଯ୍ୟୋଦୟ । ରାଜ୍ୟ ଦୀର୍ଘ ୨୪ ବର୍ଷ ପରେ ଦେଖିବ ନୂଆ ସରକାର । ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଓ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ । ଏହି ଘୋଷଣା ସହିତ ନିମାପଡା ଅଞ୍ଚଳରେ ଖେଳି ଯାଇଛି ଖୁସିର ଲହରୀ । ନିମାପଡ଼ା ଅଞ୍ଚଳରୁ ପୂର୍ବରୁ କଂଗ୍ରେସ ଦଳରୁ ରବୀନ୍ଦ୍ର କୁମାର ସେଠୀ ସମବାୟ ମନ୍ତ୍ରୀ ଓ ବିଜୁ ଜନତା ଦଳ ପକ୍ଷରୁ ସମୀର ରଞ୍ଜନ ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ହୋଇଥିଲେ । 

ଏହା ମଧ୍ୟ ପଢନ୍ତୁ ...ମୋହନ ଚରଣ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ; କେଭି ସିଂହ ଦେଓ, ପ୍ରଭାତୀ ପରିଡା ଉପମୁଖ୍ୟମନ୍ତ୍ରୀ - MOHAN CHARAN MAJHI NEW CM OF ODISHA

ତେବେ ଏଥର ରାଜ୍ୟରେ ବିଜେପି ସରକାରର ଉପମୁଖ୍ୟମନ୍ତ୍ରୀ ଭାବେ ବିଧାୟିକା ପ୍ରଭାତୀ ପରିଡ଼ା ମନୋନୀତ ହୋଇଛନ୍ତି । ରାଜ୍ୟର ପ୍ରଥମ କରି ମହିଳା ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାଁ ଆସିଥିବାରୁ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ ଖେଳିଯାଇଛି । ଅଞ୍ଚଳରେ ତଥା ଜିଲ୍ଲାରେ ବିଜେପି କର୍ମୀ ଓ ନେତା ମାନେ ଖୁସିରେ ଗଦଗଦ ହୋଇଛନ୍ତି । 

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.