thumbnail

କ୍ଷୀର ବୋଝେଇ ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ

By ETV Bharat Odisha Team

Published : Mar 10, 2024, 7:57 PM IST

Milk Truck Catches fire: ନବରଙ୍ଗପୁର: ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ, ଅଳ୍ପକେ ବଞ୍ଚିଲେ ଚାଳକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ବ୍ରିଜ୍ ନିକଟରେ । ଆଜି ଉମରକୋଟ ଠାରୁ ଏକ କ୍ଷୀର ବୋଝେଇ HR55 P-6175 ନମ୍ବର ଟ୍ରକ ଜୟପୁର ଅଭିମୁଖେ ଯାଉଥିଲା । ତେବେ କୈାଣସି କାରଣ ବଶତଃ ସେହି ଗାଡ଼ିର ଡିଜେଲ ଟାଙ୍କିରେ ନିଆଁ ଲାଗିଯାଇଥିଲା।  

ଏହା ମଧ୍ୟ ପଢ଼ନ୍ତୁ... ଶ୍ରୀମନ୍ଦିରରେ ଅଘଟଣ, ବେଢ଼ାକାଳୀ ମନ୍ଦିରରେ ଲାଗିଲା ନିଆଁ

ନିଆଁକୁ ଦେଖି ଗାଡିର ଚାଳକ ପ୍ରେମ ସିଂ ତୁରନ୍ତ ଗାଡ଼ିରୁ ଓଲ୍ଲାଇଯାଇଥିଲେ । ଫଳରେ ତାଙ୍କର ଜୀବନ ରକ୍ଷା ହୋଇଥିଲା । ସେ ଗାଡ଼ିରୁ ଓହ୍ଲାଇ ୧୧୨ ନମ୍ବରରେ ଯୋଗାଯୋଗ କରିଥିଲେ । ଖବର ପାଇ ଘଟଣା ସ୍ଥଳକୁ ନବରଙ୍ଗପୁର ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲିଭିବା ପୂର୍ବରୁ ଗାଡ଼ିର ସାମ୍ମାନା ଭାଗ ସମ୍ପୂର୍ଣ୍ଣ ପୋଡ଼ିଯାଇ ନଷ୍ଟ ହୋଇଯାଇଥିଲା  । 

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.