thumbnail

ରଜରେ ଅଘଟଣ, ପାଣିରେ ବୁଡ଼ି ମାଆ ଝିଅ ମୃତ - Mother Daughter Drowned to death

By ETV Bharat Odisha Team

Published : Jun 14, 2024, 9:31 PM IST

Mother and Daughter Drowned to death while bathing: ନବରଙ୍ଗପୁର: ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୂଜାରୀଭରଣ୍ଡୀ ଗ୍ରାମରେ ଘଟିଯାଇଛି ଅଘଟଣ। ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଚାଲିଗଲା ମାଆ ଏବଂ ଝିଅର ଜୀବନ। ସୂଚନା ମୁତାବକ, ପୂଜାରୀଭରଣ୍ଡୀ ଗ୍ରାମର ଗୀତା କଲାର ଏବଂ ତାଙ୍କ ଝିଅ କରିସୀମା କଲାର ଘର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଘର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ସେହିଠାରେ ଝିଅ ପାଣିରେ ଗୋଡ ଖସିବା ଯିବାରୁ ସେ ବୁଡ଼ିବାକୁ ଲାଗିଥିଲା। ସେତେବେଳେ ଗୀତା ତାଙ୍କର ଝିଅକୁ ଉଦ୍ଧାର କରିବାକୁ ଯାଇ ଦୁଇ ଜଣ ପାଣିରେ ବୁଡ଼ିଯାଇଥିଲେ। ପୋଖରୀ ନିକଟରେ ଥିବା ଲୋକମାନେ ଦେଖି ବୁଡ଼ି ଯାଉଥିବା ଦୁଇ ଜଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଲେ ବଞ୍ଚାଇ ପାରିନଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ.. ରେଳ ଧାରଣାରୁ ମିଳିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ - Two Migrant Labour Death

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.